ଦନ୍ତାହାତୀ ଆକ୍ରମଣରେ ଜଣକର ମୃତ୍ୟୁ

ଯୋଡା, (ସମୀର କୁମାର ଦାସ):ବାମେବାରୀ ସେକ୍ସନ ଅଧିନସ୍ଥ ଜାମୁପାଣିଠାରେ ଏକ ଦନ୍ତାହାତୀ ଆକ୍ରମଣରେ ଡବ ଚାମ୍ପିଆ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ବାମେବାରୀ ବନପାଳ ଯତୀନ୍ଦ୍ର କୁମାର ସାହୁ ସୂଚନା ଦେଇ କହିଛନ୍ତି ଯେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ ଘଟିକା ସମୟରେ ଜାମୁପାଣି ଗ୍ରାମ୍ୟ ଜଙ୍ଗଲରେ ଥିବା ଏକ ଦନ୍ତାହାତୀ ଡବ ଚାମ୍ପିଆ(୪୫)କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ନିଆ ଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିବା ବନପାଳ ସାହୁ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ଜଙ୍ଗଲରେ ପ୍ରାୟ ୭ଗୋଟି ହାତୀ ବିଚରଣ କରୁଛନ୍ତି । ବନ ବିଭାଗ ହାତୀଙ୍କୁ ଜଙ୍ଗଲକୁ ଘୋଉଡାଇଲେ ମଧ୍ୟ ପୁନର୍ବାର ଖାଦ୍ୟ ପାଇଁ ଜନବସତିକୁ ପଶି ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ