ଶିବାନନ୍ଦ ଯୋଗ ବେଦାନ୍ତ ଏକାଡେମୀର ଅଭିନବ ପ୍ରୟାସ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଏଣିକି ଘରେ ପହଞ୍ôଚବ ଯୋଗ । ଘରକୁ ଘର ବୁଲି ଯୋଗ ଶିଖାଇବେ ଅଭିଜ୍ଞ ତାଲିମପ୍ରାପ୍ତ ଯୋଗ ଶିକ୍ଷକ । ଯୋଗ ଶିକ୍ଷାର ମହତ୍ୱ ଏହାର ଉପକାରିତାକୁ ବ୍ୟାପକ ରୂପେ ପ୍ରଚାର, ପ୍ରସାର ଓ ଲୋକାଭିମୁଖୀ କରିବା ପାଇଁ ଶିବାନନ୍ଦ ଯୋଗ ବେଦାନ୍ତ ଏକାଡ଼େମୀ ଏହି ଅଭିନବ ପ୍ରୟାସର ଶୁଭାରମ୍ଭ କରିଛି । ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ ଯେଉଁଠି ରୋଗୀ ନିଜର ରୋଗ ଉପଶମ ପାଇଁ ଡ଼ାକ୍ତରଙ୍କ ପାଖରେ ହେଉ କି ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲରେ ହେଉ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇ ରୋଗ ଭଲ ହୋଇନଥାଏ । ମନେରଖିବା ଉଚିତ୍ ଯୋଗ ଏକମାତ୍ର ସାଧନ ଯାହା ଦ୍ୱାରା ଅନେକ ଦୂରାରୋଗ୍ୟକୁ ସାଧ୍ୟ କରାଯିବାର ଦୃଷ୍ଟାନ୍ତ ରହିଛି । ପୁରାଣ ପୃଷ୍ଠାରୁ ଜଣାପଡ଼େ ଅତୀତରେ ମୁନିଋଷିମାନେ ଯୋଗ ଦ୍ୱାରା ଦୀର୍ଘାୟୁପ୍ରାପ୍ତି ଓ ସୁସ୍ଥ ଜୀବନ ଜୀଇଁବାର ସୂତ୍ର ପାଇବାର ଅନେକ ଦୃଷ୍ଟାନ୍ତ ରହିଛି । ସମ୍ପ୍ରତି ଯୋଗ ପ୍ରତି ଧୀରେ ଧୀରେ ଲୋକମାନଙ୍କ ଆଦର ବଢୁଥିଲେ ମଧ୍ୟ ଅଭିଜ୍ଞ, ତାଲିମପ୍ରାପ୍ତ ଯୋଗ ଶିକ୍ଷକ ମାନଙ୍କର ଯଥେଷ୍ଟ ଅଭାବ ଆମ ରାଜ୍ୟରେ ରହିଛି । ଯୋଗ ଶିକ୍ଷକ ସୃଷ୍ଟି ଦିଗରେ ଶିବାନନ୍ଦ ବେଦାନ୍ତ ଏକାଡ଼େମୀ ରାଜ୍ୟର ଏକ ଅଗ୍ରଣୀ ଓ ପ୍ରମୁଖ ଶିକ୍ଷାନୁଷ୍ଠାନ । ଯାହା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ । ଏବେ ଏକାଡ଼େମୀ ତାଲିମପ୍ରାପ୍ତ ଅଭିଜ୍ଞ ମହିଳା ଓ ପୁରୁଷ ଯୋଗ ଶିକ୍ଷକ ଗଢିବାରେ ଅହରହ ଉଦ୍ୟମ ଜାରି ରଖିଛି । ସମ୍ପ୍ରତି ବାର୍ଦ୍ଧକ୍ୟ ଅବସ୍ଥାରେ ଯୋଗ, ପିଲାମାନଙ୍କ ପାଇଁ ଯୋଗ, ରୋଗ ପାଇଁ ଯୋଗ ଏବଂ ଓଜନ ହ୍ରାସ ପାଇଁ ଯୋଗ ଇତ୍ୟାଦି କ୍ଷେତ୍ରରେ ସେବା ଯୋଗାଇବା ପାଇଁ ଦୈନିକ ଯୋଗ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ବୋଲି ଏକାଡ଼େମୀର ଅଧ୍ୟାପକ ପ୍ରଫୁଲ୍ଲ କୁମାର ବେହେରା ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି । ଅଧିକ ସୂଚନା ପାଇଁ ଭୁବନେଶ୍ୱର ଗୌତମ ନଗରସ୍ଥିତ ପ୍ଲଟ ନଂ-୧୧୫, ଶିବାନନ୍ଦ ଯୋଗ ବେଦାନ୍ତ ଏକାଡ଼େମୀ ସହ ଯୋଗାଯୋଗ କରିପାରିବେ । ନଚେତ୍ ଏକାଡ଼େମୀର ହେଲ୍ପଲାଇନ ଦୂରଭାଷ ନମ୍ବର ୯୬୯୦୫୭୬୬୩୭, ୯୪୩୭୭୬୪୦୯୫ ସହ ଯୋଗାଯୋଗ ପାଇଁ ଏକାଡ଼େମୀ ପକ୍ଷରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ