କୁଲଣା ଠାରେ ବିଜେପିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା ଠାରେ ଆଜି ବିଜେପିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ ଯୋଗଦେଇ ଦଳୀୟ ପତାକା ଉତ୍ତୋଳନ କରିଥିଲେ । ଏହା ସହିତ ବିଜେପି ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିଥିବା ପୂର୍ବଜ ଦକ୍ଷ ନେତୃତ୍ୱଙ୍କ କାର୍ଯ୍ୟଧାରାକୁ ଶ୍ରୀରାଉତ ଅବତାରଣା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅମର ଜେନା, ଅଭିସାର ସାହୁ, ଯତୀନ୍ଦ୍ର ବେହେରା, ବିଦ୍ୟାଧର ସେଠୀ, ବିଶ୍ୱମ୍ବର ଓଝା, ରାମଚନ୍ଦ୍ର ରାଉତ, କୃଷ୍ଣଚନ୍ଦ୍ର ଶଙ୍ଖୁଆ, ମୁରଲୀ ଜେନା ପ୍ରମୁଖ ଯୋଗଦେଇଥିଲେ । ଏହାସହିତ ବିଭିନ୍ନ ପଞ୍ଚାୟତର ବିଜେପି କର୍ମକର୍ତ୍ତା ମାନେ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ