ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନର ଇଏଚ୍ଏଲ୍ ଆଡଭାଇଜରୀ ସର୍ଭିସ ସହ ବୁଝାମଣା
ଭାରତୀୟ ପ୍ରତିଭାମାନଙ୍କ ଦକ୍ଷତା ବିକାଶ ପାଇଁ ଜାତୀୟ ସ୍କିଲ୍ ଡେଭଲପ୍ମେଂଟ୍ କର୍ପୋରେସନ୍ ପକ୍ଷରୁ ସୁଇଜରଲାଣ୍ଡର ଇଏଚ୍ଏଲ୍ ଆଡଭାଇଜରୀ ସର୍ଭିସ୍ ସହିତ ବୁଝାମଣା ହୋଇଯାଇଛି । ଏହା ମାଧ୍ୟମରେ ଭାରତୀୟ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଇପାରିବ । ଏନେଇ ଏନଏସଡିସି ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟ ନିର୍ହାହୀ ଅଧିକାରୀ ମନିଶ୍ କୁମାର ଏବଂ ଇଏଚ୍ଏଲ୍ ଆଡଭାଇଜରୀ ସର୍ଭିସ୍ ଭାରତର କଂଟ୍ରି ହେଡ୍ ତଥା ନିର୍ଦ୍ଦେଶକ ଅମନ ଆଦିତ୍ୟ ସଚଦେବଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଭାରତୀୟ ଯୁବବର୍ଗଙ୍କ ବିକାଶ ଲାଗି ଇଏଚ୍ଏଲ୍ ଆଡଭାଇଜରୀ ସର୍ଭିସ ଦ୍ୱାରା ସହାୟତା କାର୍ଯ୍ୟକ୍ରମ ଉପଲବ୍ଧ କରାଯିବ । ଇଏଚ୍ଏଲ୍ ଆଡଭାଇଜରୀ ସର୍ଭିସ୍ କିଚେନ,ମୃଦ୍ୟୁପାନୀୟ ସେବା, ରୁମ୍ ଏବଂ ହୋଟେଲ ପରିଚାଳନା ଆଦି ସେବା ଯୋଗାଇଥାଏ । ଏହାଦ୍ୱାରା ଭାରତୀୟ ଯୁବବର୍ଗଙ୍କୁ ଆବଶ୍ୟକ ହସ୍ପିଟାଲିଟି ସେବା ସମ୍ପର୍କରେ ତାଲିମ୍ ପ୍ରଦାନ କରାଯିବ ।


