ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉପ ସଚିବଙ୍କ ହିଞ୍ଜିଳି ଗ୍ରସ୍ତ
ହିଞ୍ଜିଳିକୁ ବିକାଶର ହବ୍ ପାଇଁ ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ଟିମ୍ ୱାର୍କ୍
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ରାଜ୍ୟର ୧୦୧ଟି ଉଚ୍ଚ ବିଦ୍ୟାଳୟରେ ସେଂଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ । ପାଠ୍ୟକ୍ରମରେ ସ୍ପୋକେନ ଇଂରାଜୀ ବିଷୟ ସାମିଲ କରାଯିବ ସହ ଉନ୍ନତମାନର ପାଠାଗାର ସ୍ଥାପନ କରି ଶିକ୍ଷାର୍ଥୀ ମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ସକାଶେ ମୁଖ୍ୟ ଲକ୍ଷ୍ୟ ରହିଛି । ଏଥି ପୂର୍ବରୁ ହିଞ୍ଜିଳିକାଟୁ ପୌରାଂଚଳର ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସଲେନ୍ସ ଘୋଷଣା କରାଯାଇଥିଲା । ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ସ୍ଥାନୀୟ ବ୍ଳକର ସମସ୍ତ ଉଚ୍ଚବିଦ୍ୟାଳୟର ଆବଶ୍ୟକ ଭିତିଭୂମି ସଜାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସକାଶେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳକୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ଘନ ଘନ ଗ୍ରସ୍ତ କରି ବିଦ୍ୟାଳୟର ଆବଶ୍ୟକ ଭିତିଭୂମିର ସମୀକ୍ଷା କରି ଫେରୁଥିବାର ନଜିର ରହିଛି ।ଏହି ପରିପ୍ରେକ୍ଷୀରେ ଶନିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉପ ସଚିବ ଶୁଭ୍ରାଂଶୁ ମିଶ୍ର ହିଞ୍ଜିଳିି ଗ୍ରସ୍ତ କରି ବ୍ଳକର ବିଭିନ୍ନ ବିଦ୍ୟାଳୟର ଆବଶ୍ୟକ ଭିତିଭୂମିର ସମୀକ୍ଷା କରିବା ସହ ସ୍ଥାନୀୟ ବ୍ଳକ ଓ ପୌରାଂଚଳର ବହୁ ଜନ ପ୍ରତିନିଧି ମାନଙ୍କ ସହ ଅଂଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସର୍ମ୍ପକରେ ଆଲୋଚନା କରିଥିଲେ । ଶ୍ରୀ ମିଶ୍ର ପ୍ରଥମେ ସ୍ଥାନୀୟ ବ୍ଳକର ଭାବନ୍ଧ ପଂଚାୟତରେ ପଂହଚି ଭାବନ୍ଧ ଉଚ୍ଚ ବିଦ୍ୟାଳୟ ପରେ ଗଣ୍ଡଳା ଗଣେଷ ବିଦ୍ୟାପିଠ, ବେଲଗାଁ ରଘୁନାଥ ଉଚ୍ଚ ବିଦ୍ୟାଳୟ, ବାଳକୃଷ୍ଣପୁର ଉଚ୍ଚ ବିଦ୍ୟାଳୟ, , ପୁଟିଆପଦର, ନନ୍ଦିକ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ରାଳବ ପ୍ରାଥମିକ ବିଦ୍ୟାଳୟ,, ଶାସନ ଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ସାପୁଆପଲ୍ଲୀ , ଦାରୁଭଦ୍ରା ଉଚ୍ଚ ବିଦ୍ୟାଳୟ, ଦୁୂର୍ବନ୍ଧ ଓ ସାରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ମଡ଼େଲ ଲାଇବ୍ରେରୀ ରେ ପଂହଚି ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ ପ୍ରଣାଳୀ, ବିଦ୍ୟାଳୟ ପରିବେଶ, ଆର୍ଟ ରୁମ, ସ୍ମ୍ରାଟ କ୍ଳାସ ରୁମ, ଗ୍ରନ୍ଥାଳୟ, ବିଜ୍ଞାନାଗାର ବୁଲି ଦେଖିଥିଲେ । ବିଦ୍ୟାଳୟ ପାଠାଗାର ଓ ବିଜ୍ଞାନଗାରରେ ଉନ୍ନତି ଆଣିବା ସକାଶେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ସଂପୃକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ସେବା ଓ ଅନ୍ୟାନ କାର୍ଯ୍ୟ ବୁଲି ଦେଖିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଅଭାବ , ଅସୁବିଧା ସର୍ମ୍ପକରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେଂଟର ଅଫ୍ ଏକ୍ସଲେନ୍ସି ସକାଶେ ଆବଶ୍ୟକୀୟ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା କାର୍ଯ୍ୟାକାରୀ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଏଥି ସହ ମନରେଗା ଯୋଜନାରେ ଭାବନ୍ଧ, ବେଲଗାଁ, ଦାରୁଭଦ୍ରା, ୁ ଓ ଅନ୍ୟାନ ପଂଚାୟତରେ ନିର୍ମିତ ମଡ଼େଲ ପାର୍କ ଗୁଡ଼ିକୁ ପରିଦର୍ଶନ କରିବା ସହ ସଂପୃକ୍ତ ପଂଚାୟତର ଫୋଖରୀର ସୌନ୍ଦର୍ଯ୍ୟକରଣ ବୁଲି ଦେଖିଥିଲେ ।ହିଞ୍ଜିଳିକାଟୁ ଠାରେ ଆଦର୍ଶ ଥାନା ନିର୍ମାଣ, ହିଞ୍ଜିଳିକାଟୁ ପୌରାଂଚଳ ମିନି ଷ୍ଟାଡ଼ିୟମ ପରିସର ଅଂଚଳକୁ ଘାସ ଗାଲିଛା ବିଛାଇବା, ଆଲୋକୀକରଣ, ପଡ଼ିଆ ସମତୁଲ କରିବା, ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପୁରୁଣା କୋଠାରେ ନଗର ଚିକିିତ୍ସାଳୟ ନିର୍ମାଣ, ହିଞ୍ଜିଳିକାଟୁକୁ ଉପଖଣ୍ଡ ମାନ୍ୟତା ସହ ଉପଖଣ୍ଡ କାର୍ଯ୍ୟାଳୟ ନିର୍ମାଣ, ଜୟମଙ୍ଗଳ କେନାଳ ନିକଟରେ ଶିଶୁ ଉଦ୍ୟାନ ସହ ଅଂଚଳକୁ ସୌନ୍ଦର୍ଯ୍ୟକରଣ, ହିଞ୍ଜିଳିକାଟୁ ଠାରେ ଫାର୍ମାସୀ କଲେଜ ନିର୍ମାଣ, ଡ଼ିଜିଟାଲ ଲାଇବ୍ରେରୀ ନିର୍ମାଣ ଓ ପାନୀୟ ଜଳର ସୁବନ୍ଦୋବସ୍ତ ସକାଶେ ବୃହତ ଜଳଭଣ୍ଡାର ନିର୍ମାଣ କରିବା ଲାଗି ପୌର ପରିଷଦର ଜନ ପ୍ରତିନିଧି ମାନଙ୍କ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉପ ଉପସଚିବ ଶ୍ରୀ ମିଶ୍ରଙ୍କ ଗ୍ରସ୍ତ ସମୟରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ନିଳମଣି ପଟ୍ଟନାୟକ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ନଗରପାଳ ଶିବରାମ ଗଉଡ଼, ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା, ସମ୍ପାଦକ ପ୍ୟାରୀମୋହନ ପାଢି, ଜିଲ୍ଲା ପରିଷଦ ସଭ୍ୟ ଦୁର୍ଗା ମାଧବ ମହାନ୍ତି, ପ୍ରମୋଦ ମହାନ୍ତି, ମନୋଜ ପୋଲାଇ, ଲଡ଼ୁ ବେହେରା, ଗନ୍ତାୟତ ଦଳାଇ, ମନୋଜ ସାବତ, ସିଡ଼ିପିଓ ଶୁଭଶ୍ରୀ ପାତ୍ର, ଅଶୋକ କୁମାର ପଣ୍ଡାଙ୍କ ସମେତ ସ୍ଥାନୀୟ ବ୍ଳକ ଓ ପୌରାଂଚଳର ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।