ରାଜ‌ସ୍ୱ ଆଦାୟ ଓ ଜାତୀୟ ସହର ଜୀବିକା ମିଶନ ପାଇଁ ବେଲଗୁଣ୍ଠା ଏନ୍.ଏ.ସି ସମ୍ବର୍ଦ୍ଧିତ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ): ବେଲଗୁଣ୍ଠା ଏନ୍.ଏ.ସି ରାଜ‌ସ୍ୱ ଅଦାୟ ଓ ଜାତୀୟ ସହର ଜୀବିକା ମିଶନରେ ଗଞ୍ଜାମ ଜିଲ୍ଲାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ବେଲଗୁଣ୍ଠା ଏନ୍.ଏ.ସି କୁ ସମ୍ବର୍ଦ୍ଧିତ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ସମିଳ୍ଳନୀ କକ୍ଷରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଏନ୍.ଏ.ସି ରାଜ‌ସ୍ୱ ଆଦାୟରେ ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଓ ଏନ୍.ୟୁ.ଏଲ୍.ଏମ୍ ରେ ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରିଥିବା ନେଇ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଟ୍ରାନ୍ସପେରେଣ୍ଟ୍ ଓ ସମ୍ମିଳିତ ଟିମ୍ ୱାର୍କ ଥିଲେ ଏହା ସମ୍ଭବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଏଡିଏମ୍ ଅମିୟ କୁମାର ସାହୁ, କବିନ୍ଦ୍ର ସାହୁ ଏବଂ ପିଡି ସୁଦାମ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ବେଲଗୁଣ୍ଠା ଏନ୍.ଏ.ସି ନୀର୍ବାହି ଅଧିକାରୀ ରାକେଶ କୁମାର ପାତ୍ରଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପ୍ରୋତ୍ସାହନ କରିଥିଲେ ।ନୀର୍ବାହୀ ଅଧିକାରୀଙ୍କ ସହ ବେଲଗୁଣ୍ଠା ଏନ୍.ଏ.ସିର ସି.ଏମ୍.ଏମ୍ ପ୍ରଫୁଲ୍ଲ ଷଢ଼ଙ୍ଗୀ ଏବଂ ସି.ଓ ପ୍ରତିମା ସାହୁ ଉପସ୍ଥିତ ଥିଲେ ।ଏନ୍.ଏ.ସିର ସାମଗ୍ରିକ ବିକାଶମୁଳକ କାର୍ଯ୍ୟକ୍ରମ ପାଇଁ ରାଜ‌ସ୍ୱ ଆଦାୟ ଏକ ଅବିଛେଦ୍ଯ ଅଙ୍ଗ । ରାଜ‌ସ୍ୱ ଆଦାୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଏହା ଜିଲ୍ଲା ପାଇଁ ଉଦାହରଣ ବୋଲି ଜିଲ୍ଲାପାଳ ପ୍ରକାଶ କରି ବେଲଗୁଣ୍ଠା ଏନ୍.ଏ.ସିକୁ ଉଚ୍ଚ ପ୍ରଶଂସା କରିଥିଲେ ।ଏହି ପୁରସ୍କାର ଶ୍ରେୟ ନିଜ ପରିଷଦର ସମସ୍ତ କର୍ମଚାରୀଙ୍କ ବୋଲି ନୀର୍ବାହି ଅଧିକାରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।ଆଗକୁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଜାରି ରହିବ ବୋଲି ନୀର୍ବାହି ଅଧିକାରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉ କି ବିଗତ କିଛି ବର୍ଷ ହେବ ବେଲଗୁଣ୍ଠା ଏନ୍.ଏ.ସିରେ ସେପରି କୌଣସି ଆଖି ଦୃଷ୍ଟିଆ ଉନ୍ନତି ହୋଇନଥିବା ବେଳେ ନୀର୍ବାହି ଅଧିକାରୀ ରାକେଶ କୁମାର ପାତ୍ର କାର୍ଯ୍ୟଭାର ଗ୍ରହଣ କଲା ପରେ ନିଜର ସ୍ୱତନ୍ତ୍ର ଦୃଷ୍ଟି ଦେଇ ବେଲଗୁଣ୍ଠା ସହରବାସୀଙ୍କ ସହଯୋଗରେ ଏନ୍.ଏ.ସିରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।ଯାହା ଫଳରେ ଆଜି ଏହା ସମ୍ଭବ ହୋଇପାରିଛି ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ