ବୃତ୍ତିପ୍ରାପ୍ତ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା
ଆଖୁଆପଦା, (ବସନ୍ତ ବେହେରା) ; ଭଣ୍ଡାରିପୋଖରୀ ବ୍ଲକ ସରସଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ତୃତୀୟ ଶ୍ରେଣୀ ବୃତ୍ତିପ୍ରାପ୍ତ ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏବିଓ ଉମେଶ କୁମାର ଜେନା, ସିଆରସିସି ଗୌରାଙ୍ଗ ଚରଣ ନାଥ, ଶରତ କୁମାର କୁଣ୍ଡୁ, ସଂଜୟ କୁମାର ନନ୍ଦ, ପ୍ରଜ୍ଞା ସ୍ୱାଇଁ, ଅଞ୍ଜଳି ଷେଣ୍ଢ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଜାନକୀ ନନ୍ଦ ସ୍ୱାଗତଭାଷଣ, ଶାନ୍ତିଲତା ରାଉତ ଅତିଥିପରିଚୟ ଓ ଶିକ୍ଷକ ଜୟପ୍ରକାଶ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ସୁବାଷିନୀ ସ୍ୱାଇଁ, ବିଭାଷିନୀ ବେଜ, ପ୍ରଭାକର ଦାସ ପ୍ରମୁଖଙ୍କ ସହିତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ ।