ଅଗ୍ନି ବିପନ୍ନଙ୍କୁ ସହାୟତା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ସାନଶାସନ ପଞ୍ଚାୟତ ତେନ୍ତୁଳିଆ ଗ୍ରାମରେ ଗତ ୨୦ ଦିନ ପୂର୍ବରୁ ଅଗ୍ନିକାଣ୍ଡ ଘଟିବାରୁ ଚୈତନ୍ୟ ସାହୁ ଓ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ସେମାନେ ଏବେ ଜରି ପାଲ ତଳେ ଜୀବନ ବିତାଉଥିବାବେଳେ ସରକାରୀ ସାହାର୍ଯ୍ୟ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ଏପରିସ୍ଥଳେ ବିପନ୍ନ ପରିବାରକୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ସମବେଦନା ଜଣାଇବା ସହ ସାହାର୍ଯ୍ୟର ହାତ ବଢାଇଛନ୍ତି । ଏହିପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ସ୍ଥିତ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ ଦୁଇ ପରିବାରକୁ ସାହାର୍ଯ୍ୟ ପ୍ରଦାନ କରାଯାଇଛି । ସମ୍ପାଦକ ସୁଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ସଦସ୍ୟମାନେ ତେନ୍ତୁଳିଆ ଠାରେ ପହଞ୍ଚି ବସ୍ତ୍ର ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ଶିକ୍ଷାବିତ ହରିଶ୍ଚନ୍ଦ୍ର ଜେନା, ଉଦୟନାଥ ରାଉତ, ପବନ କୁମାର ନାୟକ, ଅଧ୍ୟାପକ ବିନାୟକ ଘୋଷ, ଯୋଗୀ ଶ୍ରୀପତି ମୁନି, ହୃଷିକେଶ ବାରିକ, ଗଜେନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇଥିଲେ । ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ଭାବେ ବାସଗୃହ ଯୋଗାଇଦେବାକୁ ସଂଗଠକ ସମ୍ପାଦକ ମାନେ ଦାବି କରିଛନ୍ତି ।