ସମୟର ମହତ୍ତ୍ୱ କେତେ

ସମୟ କୁ କେେ ନ କର ନଷ୍ଟ ।
ସମୟ ଥାଉ ଥାଉ କାମ ନକଲେ ପାଇବ ତୁମେ କଷ୍ଟ ।
ସମୟ ଏମିତି ଗୋଟେ ଜିନିଷ ଆମ ହାତରେ ଦିଏନି ସେ ଧରା ।
ସମୟକୁ ଦେଖି ବାଟ ଚାଲୁଥିଲେ ଲାଗେ ସମୟ ଆମ ସାଥିରେ ଆସେ ପରା ।
ସମୟ ଥାଉ ଥାଉ ବାଳ ବାନ୍ଧି ନିଅ ସମୟ କୁ ନକର ହାତ ଛଡା ।
ତାକୁ ଯିଏ ନ ବୁଝିଛି ହୋଇଥାଏ ସିଏ ଦିନେ ବାଟ ବଣା ।
ଦିଏ ସେ ଆମ ମାନଙ୍କୁ ଜଗାଇ ଜାଗ୍ରତ ହୁଅ ବେଗେ ।
ମୋ ସାଥେ ସାଥେ ଚାଲୁଥିବ ଯଦି ସବୁବେଳେ ପହଞ୍ଚିବ ସବୁ କାମରେ ଆଗେ ।
ମୁଁ ଏମିତିକା ଗୋଟେ ଜିନିଷ କାହାକୁ ମୁଁ ଜଗି ବସେନା ।
ମୋ ବାଟ ଜଗି ବସନ୍ତି ସମସ୍ତେ ମୋ ବିନା କାମ ଆଗକୁ କିଛି ହୁଏନା ।
ମୋ କାମରେ ମୁଁ ଯାଉଥାଏ ସବୁବେଳେ ନକରେ କେବେ ମୁଁ ହେଳା ।
ସମୟ ନଷ୍ଟ କରିକେତେ ଲୋକ କରୁଛନ୍ତି କାମରେ ଅବହେଳା ।
ସମୟ ଥାଏ ଆମ ଆଗରେ ସମୟ ଥାଏ ଆମ ପଛରେ ।
ରହିଥାଏ ଆମେ ମଲାଯାଏଁ ଆମ ସାଥିରେ ।
ସମୟକୁ କେବେ ନକର ମୋର ଭାଇ ଓ ଭଉଣୀ ମାନେ ଅଣ ଦେଖା ।
ସମୟକୁ ଧରି ବାଟ ଚାଲିବା ସିଖ ଦିନେ ନା ଦିନେ ବାଟ ନିଶ୍ଚୟ ଦେବ ଦେଖା ।
ମୋତେ ସାଙ୍ଗରେ ନ ଧରି ।ଘରୁ ଯାଆନ୍ତି ନି କିଏ ବାହାରି ।
ସମୟ ହେଉଛି ଗୋଟିଏ ମହତ୍ତ୍ୱ ବାନ ଜିନିଷ ।
ତାକୁ ନ ଦେଖି ବାଟ ଚାଲିଲେ କେବେ ତମେ ନ ହେବ ମଣିଷ ।

ହିଞ୍ଜିଳିକାଟୁ
ଶାସନ ଆମ୍ବ ଗାଁ
ଝିଲ୍ଲି ସ୍ୱାଇଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ