ଟିଏମ୍ସିରୁ ‘କଂଗ୍ରେସ’ ଶବ୍ଦ ହଟିବା ପ୍ରସଙ୍ଗ ଖବରକୁ ମିଥ୍ୟା କହିଲା ତୃଣମୂଳ କଂଗ୍ରେସ

କୋଲକାତା(ଏଜେନ୍ସି): ଦୀର୍ଘ ୨୧ବର୍ଷ ଧରି ଯେଉଁ ନାଁକୁ ନିଜ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି) ସହ ଯୋଡି ରାଜନୀତି କରିଆସୁଥିଲେ, ସେହି ନାମବାଚୀ ଶବ୍ଦକୁ ନିଜ ଦଳର ନାମରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଦ୍ ଦେଇଛନ୍ତି । ଦିନକପୂର୍ବେ ଏମିତି ଏକ ରିପୋର୍ଟ ଦେଶର ସମସ୍ତ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ମାତ୍ର ଏପ୍ରକାର ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଟିଏମ୍ସି ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି । ଦଳ ପକ୍ଷରୁ ଆନୁଷ୍ଠାନିକ ବିବୃତି ଜାରି କରି ଆଜି କୁହାଯାଇଛି ଯେ, ଏମିତି କିଛି ନିଷ୍ପତ୍ତି ନିଆଯାଇନାହିଁ । ତୃଣମୂଳ କଂଗ୍ରେସ ଏକ ପୁରୁଣା ଦଳ ହୋଇଥିବା ବେଳେ କଂଗ୍ରେସ ଶବ୍ଦକୁ ଏଥିରୁ ବାଦ୍ ଦେବାର ପ୍ରଶ୍ନ ଉଠୁନି । ଏତଦ୍ବ୍ୟତୀତ ନିର୍ବାଚନ ଆୟୋଗଙ୍କ ପାଖରେ ମଧ୍ୟ ଦଳର ନାମକରଣ ‘ତୃଣମୂଳ କଂଗ୍ରେସ’ଭାବେ ଅଦ୍ୟାବଧି ପଞ୍ଜିକୃତ ହୋଇରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ