ବିଦେଶୀ ପାଳିଲେ ଦୀପାବଳି

କୋଣାର୍କ, (ଗଣେଶ ବେହେରା ) ପବିତ୍ର ଦୀପାବଳି ଉପଲକ୍ଷେ ଲୋଟସ ରିସର୍ଟ ତରଫରୁ କୋଣାର୍କ ଇଣ୍ଡିଆନ୍ ଅଏଲ ବାଖ୍ୟାନ କେନ୍ଦ୍ର ଠାରେ କୋଣାର୍କର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗୀମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀ ଓ ବିଦେଶୀ ପର୍ଯ୍ୟଟକ କୋଣାର୍କ ମନ୍ଦିରଠାରୁ ଏକ ଶୋଭାଯାତ୍ରା ବାହାରି କୋଣାର୍କ ସୂର୍ଯ୍ୟମନ୍ଦିର ମୁଖ୍ୟ ଫାଟକଠାରେ ପହଞ୍ଚି, ଲୋଟସ ରିସର୍ଟ ପକ୍ଷରୁ ନିଆରା ଢଙ୍ଗରେ ଦୀପାବଳି ପାଳନ କରିଥିଲେ । ଏଥର ପରିବେଶ ପ୍ରଦୂଷଣ ରୋକିବାକୁ ବାର୍ତ୍ତା ଦେଇ ଭାରତୀୟ ରୀତିନୀତି ଓ ପରମ୍ପରା ସହିତ ଦୀପାବଳି ପାଳନ କରିଛନ୍ତି ବିଦେଶୀ ନାଗରିକ । ଫ୍ରାନ୍ସ, ଋଷିଆ ଓ ଜର୍ମାନୀରୁ ଆସିଥିବା ପ୍ରାୟ ୩୦ ଜଣ ବିଦେଶୀ ପର୍ଯ୍ୟଟକ ଏଥିରେ ସାମିଲ ହୋଇଥିଲେ । କୋଣାର୍କ ମନ୍ଦିର ଆଗରେ ଚାଉଳ ମୁରୂଜରେ ଝୋଟି ଆଙ୍କିଥିବା ଦୃଶ୍ୟ ମନମୁଗ୍ଧ କରିଥିଲା । କାଉଁରିଆ କାଠି ଜାଳି ବଡବଡୁଆ ଡାକିବା ଦୃଶ୍ୟ ଓଡ଼ିଆ ପରମ୍ପରାର ନିଚ୍ଛକ ପ୍ରତିଛବି ଥିଲା ସେଠାରେ । ଏହାସହ ପରସ୍ପରକୁ ଆଲିଙ୍ଗନ କରି ମିଠା ଖୁଆଇ ଦୀପାବଳିକୁ ଉପଭୋଗ କରିଥିଲେ । ତେବେ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବା ବାର୍ତ୍ତା ଦେଇ ସେମାନେ ବାଣ ଫୁଟାକୁ ବାଦ ଦେଇଥିଲେ । ଶେଷରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ମିଶି କୋଣାର୍କ ମନ୍ଦିର ବୁଲି ଦେଖିଥିଲେ ବିଦେଶୀ ପର୍ଯ୍ୟଟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ