ଖାରବେଳ ସ୍ୱାଇଁ ଓଡିଶା ରାଜନୀତିର ଅମୂଲ୍ୟ ରତ୍ନ -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଖାରବେଳ ସ୍ୱାଇଁ ଓଡିଶା ରାଜନୀତିର ଗୋଟିଏ ଅମୂଲ୍ୟ ରତ୍ନ । ଖାରବେଳ ବାବୁଙ୍କ ବ୍ୟକ୍ତିତ୍ୱ, ନିର୍ଭିକତା ଏବଂ ସାଲିସବିହୀନ ସଂଘର୍ଷରେ ସମସ୍ତେ ପ୍ରଂଶସକ । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ଖାରବେଳ ବାବୁଙ୍କୁ କେବେ ଅନ୍ୟ ରାଜନୈତିକ ଦଳର ନେତା ଭାବେ ଗଣିନାହିଁ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଉକ୍ରଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କ ଯୋଗଦାନ ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାରବେଳ ସ୍ୱାଇଁ ଓ ତାଙ୍କ ସହଯୋଗୀଙ୍କୁ ଦଳରେ ସ୍ୱାଗତ କରିବା ପରେ କହିଛନ୍ତି ଯେ ଦେଶ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱ ଶକ୍ତି ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି । ନୂଆ ଓଡିଶା ତଥା ନୂଆ ଭାରତ ଗଢିବାରେ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଅଭିଯାନ ଆରମ୍ଭ ହୋଇଛି, ସମସ୍ତଙ୍କ ଯୋଗଦାନ ଏହା ଦ୍ୱାରା ଶକ୍ତିଶାଳୀ ହେବ ବୋଲି ସେ କହିଛନ୍ତି । ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ପ୍ରଧାନ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଏକ କାର୍ଯ୍ୟକର୍ତା ଆଧରିତ, ପ୍ରଜାତନ୍ତ୍ରିତ ଦଳ । ସବୁ ସ୍ତର କାର୍ଯ୍ୟକର୍ତାମାନଙ୍କୁ ବିଚାରବିମର୍ଷ କରି ଜିଲ୍ଲା, ରାଜ୍ୟ, କେନ୍ଦ୍ରୀୟ ପାର୍ଲ୍ୟାମେଂଟାରୀ ବୋର୍ଡ, ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ସମସ୍ତ ବିଷୟକୁ ତର୍ଜମା କରି ଉପସ୍ଥାପିତ କରିବା ପରେ ରାଜନୈତିକ ନିଷ୍ପତି ନିଆଯାଇଥାଏ । ଭାରତୀୟ ଜନତା ପାର୍ଟିରେ ସମସ୍ତେ ଯୋଗ୍ୟ କାର୍ଯ୍ୟକର୍ତା । ଯେତେବେଳେ ତିନି ଜଣ ଯୋଗ୍ୟ କାର୍ଯ୍ୟକର୍ତାଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଏ, ସେତେବେଳେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ସ୍ୱଭାବିକ । ଓଡିଶାରେ ବଡ ରାଜନୈତିକ ପରିବର୍ତନର ପଦଧ୍ୱନୀ ଧୀରେ ଧୀରେ ସ୍ପଷ୍ଟ ହେଲାଣି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ