ଏମ୍ସରେ ଚିକିତ୍ସିତ ହୋଇ ଫେରିଲେ ଚିଦମ୍ବରମ୍‌

ନୂଆଦିଲ୍ଲୀ : ଆଇଏନ୍‌ଏକ୍ସ ମନି ଲଣ୍ଡରିଂ ମାମଲାରେ ଜଡ଼ିତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏମ୍ସରେ ଚିକିତ୍ସିତ ହୋଇ ସେ ଫେରି ଆସିଛନ୍ତି । ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍ସକୁ ନିଆଯାଇଥିଲା । ଚିଦମ୍ବରମ୍‌ଙ୍କୁ ପ୍ରଥମେ ଆର୍‌ଏମ୍‌ଏଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ଏମ୍ସକୁ ନିଆ ଯାଇଥିଲା । ସୂଚନାଯୋଗ୍ୟ, ଚିଦମ୍ବରମ୍ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଅଛନ୍ତି । ତେବେ ଇଡି ଅଧିକାରୀଙ୍କ କହିବା ଅନୁଯାୟୀ, ଚିଦମ୍ବରମ୍‌ଙ୍କର ସେମିତି କିଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ନାହିଁ । ସୂଚନାଯୋଗ୍ୟ, ସିବିଆଇ ଗିରଫ କରିବା ପରେ ଚିଦମ୍ବରମ୍ ଗତ ସେପ୍ଟେମ୍ବର ୬ ତାରିଖରୁ ତିହାର ଜେଲରେ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ