ବର୍ଷା ହେଲେ ବଦଳେ ନଦୀର ରଙ୍ଗ
କଲମ୍ବିଆରେ ଥିବା କେନୋ କ୍ରିଷ୍ଟାଲ ନଦୀ ପର୍ଯ୍ୟଟକଙ୍କ ଲାଗି ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । କାରଣ ଏହି ନଦୀର ପାଣି ୫ଟି ରଙ୍ଗର । ବର୍ଷର ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଏହି ନଦୀର ପାଣି ୫ଟି ରଙ୍ଗରେ ପରିବର୍ତ୍ତନ ହୋଇଥାଏ । ସେଥିପାଇଁ ଏହାକୁ ‘ରିଭର ଅଫ ଫାଇଭ୍ କଲର୍ସ’ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଅନ୍ୟ ମାସଗୁଡିକରେ ଏହା ସାଧାରଣ ନଦୀର ପାଣି ଭଳି । ତେବେ କଲମ୍ବିଆର ଗବେଷକମାନଙ୍କ ମତରେ ଏହି ନଦୀର ପାଣି କେବଳ ବର୍ଷା ଦିନରେ ହିଁ ରଙ୍ଗ ବଦଳାଇଥାଏ । କାରଣ ବର୍ଷାଋତୁରେ କେନୋ କ୍ରିଷ୍ଟାଲ ନଦୀ ଗର୍ଭରେ ବିଭିନ୍ନ ରଙ୍ଗ ବେରଙ୍ଗର ଗୁଳ୍ମ ଜନ୍ମ ହୋଇଥାନ୍ତି । ଫଳରେ ନଦୀରେ ପ୍ରବାହିତ ହେଉଥିବା ପାଣି ହଳଦିଆ, ଲାଲ, ସବୁଜ, କଳା ଓ ନୀଳ ରଙ୍ଗ ଦେଖାଯାଇଥାଏ । ତେଣୁ କେବଳ ବର୍ଷାଦିନେ ହିଁ ପର୍ଯ୍ୟଟକମାନେ ଏହି ନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଏଠାକୁ ଚାଲିଆସନ୍ତି ।


