ବିଶ୍ୱ ହୃଦଘାତ ଦିବସ ପାଳିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମଙ୍ଗଳବାର କଂଚୁରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବିଶ୍ୱ ହୃଦଘାତ ଦିବସ ପାଳିତ ହୋଇଯାଇଛି । ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୃଦଘାତର କାରଣ, ନିରାକରଣ ଓ ହୃଦଘାତରୁ ରକ୍ଷା ପାଇବା ସକାଶେ କେଉଁ କେଉଁ ଉପାୟ ଅବଲମ୍ବନ କରିବା ଉଚିତ ସେ ସମ୍ପର୍କରେ ଡ଼ାକ୍ତର ରଥ ସୂଚନା ପ୍ରଦାନ କରିଥିଲେ ।ଆଶା କର୍ମୀ ମାନେ ହାତରେ ପ୍ଳାକାର୍ଡ଼ ଓ ବ୍ୟାନର ଗ୍ରାମ ପରିକ୍ରମା କରିବା ସହ ଜନସଚେତନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମରେ ବ୍ଳକ ପୋଗ୍ରାମ ଅଫିସର ଶଶାଙ୍କ ଶେଖର ପଣ୍ଡା, ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଂଜୟ ପାଣିଗ୍ରାହୀ, ସ୍ୱାସ୍ଥ୍ୟ ପରିଦର୍ଶକ ଅଶୋକ କୁମାର ମିଶ୍ର, ବନ ବିହାରୀ ନାୟକ, ନରସିଂହ ବେହେରାଙ୍କ ସମେତ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ । କଂଚୁରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


