ବିଜେଡି ପକ୍ଷରୁ ସୁବାଷ ଚନ୍ଦ୍ର ବେହେରା ଛତ୍ରପୁର ବିଧାନ ସଭା ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କଲେ
ଛତ୍ରପୁର ଯୁଗାବ୍ଦ ନ୍ୟୁଜ ):ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା ବିଧାନ ସଭା ପ୍ରାଥୀ ଭାବେ ଛତ୍ରପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣି ଅଫିସ ପ୍ରିୟ ରଂଜନ ପୃଷ୍ଟି ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରାରମ୍ଭରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ହଜାର ହଜାର ନେତା ଓ କର୍ମୀ ମାନଙ୍କୁ ଧରି ଏକ ପଟୁଆରେ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ଏଥିରେ ଛତ୍ରପୁର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ ଓ ଅଶୋକ କୁମାର ଚୈାଧୂରୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ଜନପ୍ରତିନିଧି ମାନେ ସାମିଲ ଥିଲେ ।


