ଜାହ୍ନବୀଙ୍କ ପାଇଁ ଆସିଲା ବିବାହ ପ୍ରସ୍ତାବ
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଆପଣ ହଟ୍ ଫ୍ୟାଣ୍ଟ୍ ଓ ଜିମ୍ ଡ୍ରେସରେ ଅନେକ ଥର ଦେଖିଥିବେ । ଅନେକ ସମୟରେ ତାଙ୍କର ଏଭଳି ଫଟୋ ଇଣ୍ଟରନେଟରେ ଭାଇରାଲ୍ ହୋଇଥାଏ । ତେବେ ନିକଟରେ ତାଙ୍କର ଯେଉଁ ଫଟୋ ଭାଇରାଲ୍ ହେଉଛି, ତାହା ଟିକେ ଭିନ୍ନ । କାରଣ ଏଥିରେ ତାଙ୍କୁ ପାରମ୍ପରିକ ଲୁକରେ ଦେଖିବାକୁ ମିଳିଛି । ଏଥିରେ ସେ ଏକ ଧଳା ଶାଢ଼ି ପିନ୍ଧିଛନ୍ତି । ତା’ସହିତ ଡିପ୍ ବ୍ୟାକର ଷ୍ଟାଇଲିଶ୍ ବ୍ଲାଉଜ୍ ପିନ୍ଧିଛନ୍ତି । ଏହି ଗେଟ୍ ଅପରେ ସେ ବେଶ୍ ସୁନ୍ଦର ଓ ହଟ୍ ଦେଖାଯାଉଛନ୍ତି । ଫଟୋଟି ଭାଇରାଲ୍ ହେବା ସହିତ ତାଙ୍କ ପାଖକୁ ଅନେକ ବାହାଘର ପ୍ରସ୍ତାବ ବି ଆସିଛି । କାରଣ ବହୁତ ଲୋକ ତାଙ୍କର ଏହି ଫଟୋରେ ଫିଦା ହୋଇଯାଇଛନ୍ତି ।
ଏ ଫଟୋଟିକୁ ଜାହ୍ନବୀ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ୍ କରିଥିବା ବେଳେ ଏଥିରେ ପ୍ରତିକ୍ରିୟା ଦେଇ ଜଣେ ୟୁଜର ଲେଖିଛନ୍ତି, “ଆପଣ ଧଳା ଶାଢ଼ିରେ ଖୁବ୍ ହଟ୍ ଦେଖାଯାଉଛନ୍ତି ।” ଆଉ ଜଣେ ଏ ଫଟୋ ଦେଖି ତାଙ୍କୁ ବାହା ହେବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ସେ ଲେଖିଛନ୍ତି, “ଜାହ୍ନବୀ ଆପଣ ମୋତେ ବାହା ହେବ କି?”
କେହି କେହି ଏହି ଫଟୋକୁ ଦେଖି ଜାହ୍ନବୀଙ୍କ ମା’ ତଥା ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି । “ଚାନ୍ଦନୀ’ ଫିଲ୍ମରେ ଶ୍ରୀଦେବୀ ଧଳା ଶାଢ଼ୀ ପିନ୍ଧି ଖୁବ୍ ସୁନ୍ଦର ଦେଖାଯାଉଥିଲେ । ଦୀପାବଳି ପର ଦିନ ଜାହ୍ନବୀଙ୍କ ପରିବାର ପକ୍ଷରୁ ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଏଥିରେ ସେ ଏହି ଶାଢ଼ି ପିନ୍ଧିଥିଲେ । ତାଙ୍କୁ ଏହି ଶାଢ଼ିରେ ଦେଖି ତାଙ୍କ ଭଉଣୀ ତଥା ଅଭିନେତ୍ରୀ ସୋନମ କପୁର ମଧ୍ୟ ବେଶ୍ ପ୍ରଶଂସା କରିଥିଲେ । ଆଗକୁ ଜାହ୍ନବୀଙ୍କୁ “ରୁହିଅଫଜା’, “କାରଗିଲ୍ ଗର୍ଲ’ ଓ “ଦୋସ୍ତାନା ୨’ ଭଳି ଫିଲ୍ମରେ ଦେଖିବାକୁ ମିଳିବ ।


