ଚିନ୍ତାମୁକ୍ତ ଓ ସୁଖମୟ ଜୀବନ

ଆଜିକାଲି ବ୍ୟସ୍ତମୟ ଜୀବନ କେବଳ ଯେ ଆମକୁ ଚାପଗ୍ରସ୍ତ କରୁଛି ତାହା ନୁହେଁ, ଏଠି ପାଇଁ ଜୀବନରେ ଅଶାନ୍ତି ସୃଷ୍ଟି ହେବା ସହ ସୁଖମୟ ଜୀବନ ବଞ୍ଚିବା କଷ୍ଟକର ହୋଇପଡ଼ୁଛି । ତେବେ କେତୋଟି କଥା ପ୍ରତି ଧ୍ୟାନ ଦେଲେ ଆପଣ ଗୋଟିଏ ଶାନ୍ତିପୂର୍ଣ୍ଣ ସରଳ ଜୀବନ ଯାପନ କରିପାରିବେ । ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ଏକ ଚିନ୍ତାମୁକ୍ତ ତଥା ସୁଖମୟ ଜୀବନଯାପନ କରିପାରିବା ।
– ଦୈନନ୍ଦିନ ବ୍ୟାୟାମ କରନ୍ତୁ । ଏହା ଦ୍ୱାରା ଟେନ୍‌ସନ୍ ଅନେକାଂଶରେ ଦୂର ହୋଇଥାଏ ।
– ପୁଷ୍ଟିକର ଖାଦ୍ୟ ଖାଆନ୍ତୁ । ଅଧିକ ମସଲାଯୁକ୍ତ ଖାଦ୍ୟଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ ।
– ପ୍ରତିଦିନ ଅତିକମରେ ୬ରୁ ୭ ଘଣ୍ଟା ଶୁଅନ୍ତୁ ।
-ପ୍ରତିଦିନ କିଛି ସମୟ ଯୋଗ, ପ୍ରାଣାୟାମ ପାଇଁ ବାହାର କରନ୍ତୁ । ଏହା ଆପଣଙ୍କୁ ଅନେକାଂଶରେ ମାନସିକ ଶାନ୍ତି ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ।
– ଟେନ୍‌ସନ୍‌ର କାରଣ ଖୋଜି ବାହାର କରନ୍ତୁ । ଯେତେ ସମ୍ଭବ ଏହାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।
– ଯଦି ଅଧିକାଂଶ ସମୟ ଚାପର ବଶବର୍ତ୍ତୀ ହେଉଛନ୍ତି ତେବେ ଯେତେ ସମ୍ଭବ ନିଜର ମାନସିକତାକୁ ସକରାତ୍ମକ ରଖିବାକୁ ଚେଷ୍ଟାକରନ୍ତୁ ।
– ନିଜ ସାମର୍ଥ୍ୟ ଅନୁସାରେ ହିଁ କାମ କରନ୍ତୁ । ନିଜେ ତୁଲାଇପାରୁ ନ ଥିବା କାମକୁ ଆପଣେଇ ଟେନ୍‌ସନ୍‌କୁ ଡାକି ଆଣନ୍ତୁନାହିଁ ।
– କିଛି ସମୟ ଶାନ୍ତ ପରିବେଶରେ ନିଜକୁ ରଖନ୍ତୁ । ଏହା ଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ