ତେରସ୍ଥାନ ତାଲୁକା ବାଣାୟତ ଓଡିଆ ନାହାକ ବଂଶର ବାର୍ଷିକ ସମ୍ମିଳନୀ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ତେରସ୍ଥାନ ତାଲୁକା ବାଣାୟତ ଓଡିଆ ନାହାକ ବଂଶ ର ଏକ ବାର୍ଷିକ ସମ୍ମିଳନୀ ଗଂଜାମ ବ୍ଲକ ଅନ୍ତର୍ଗତ ବରଦା ଗ୍ରାମର ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଲକ୍ଷ୍ମଣ ନାହାକଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲ।। ଏଥିରେ ବରଙ୍ଗ, ବୋରିଗାଁ, କାଚରା, ନୂଆପଲ୍ଲୀ, ବରଦା, ରୁକୁଣିଗାଁ, ହଂସପୁର , ମୁନିସିପେଣ୍ଠ, ଗଙ୍ଗାପୁର-୧, ଗଙ୍ଗାପୁର-୨, ପୋଟ୍ଟଲାମପୁର ଓ ଛତ୍ରପୁର ଅଂଚଳର ବାଣାୟତ ଓଡିଆ ନାହାକ ବଂଶ ବହୁ ବଂଶ ଭାଇ ମାନେ ଯୋଗଦେଇ ବଂଶର ଉନ୍ନତୀ ନିମନ୍ତେ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହାସହ ବଂଶ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲ।। ସଭାପତି ଭାବେ ବୋରିଗାଁର ଗଣପତି ନାହାକ , ଉପସଭାପତି ଭାବେ କାଚରା ଗ୍ରାମର ବାବୁଲା ନାହାକ , ସମ୍ପାଦକ ଭାବେ ବରଙ୍ଗ ଗ୍ରାମର ସପନ କୁମାର ନାହାକ , ସହ-ସମ୍ପାଦକ ଭାବେ ବରଦା ଗ୍ରାମର ଲକ୍ଷ୍ମଣ ନାହାକ, କୋଷାଧ୍ୟକ୍ଷ ଭାବେ ଗଙ୍ଗାପୁର-୨ ମନୋଜ କୁମାର ନାହାକଙ୍କୁ ଚୟନ କରାଯାଇଛି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ନାହାକ, ଶିବ ନାହାକ, ବିଜୟ ନାହାକ, ମାଗି ନାହାକ, ନୀଳାଚଂଳ ନାହାକ, ସୁବାସ ନାହାକ, ରମେଶ ନାହାକ, ଜମ୍ବୁ ନାହାକଙ୍କ ସମେତ ସମସ୍ତ ବଂଶର ସଦସ୍ୟ ମାନେ ଉପସ୍ଥିତ ଥିଲେ ।