ବସରେ ଲାଗିଲା ନିଆଁ . ୪ ମୃତ
ଉତ୍ତର ପ୍ରଦେଶରେ ଅଭାବନୀୟ ଘଟଣା । ଏକ ସଡକ ଦୂର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏକ ବସ ଦ୍ରୁତ ଗତିରେ ଆସି ଏକ ଡିଭାଇଡରକୁ ପିଟି ହେବାରୁ ବସରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।ବସଟି ଲକ୍ଷେ୍ମାରୁ ଦିଲ୍ଲୀ ଯାଉଥିଲା । ବିଳମ୍ଭିତ ରାତିରେ ଏହି ଦୂର୍ଘଟଣା ଘଟିଥିଲା । ବସରେ ନିଆଁ ଲାଗି ଜଣେ ଶିଶୁ ବସ୍ କଣ୍ଡକ୍ଟର ଙ୍କ ସହ ବସରେ ବସିଥିବା ୨ ଜଣ ପୋଡି ହୋଇ ମୃତ୍ୟୁ ବରଣ କରିଛନ୍ତି । ୩ ଜଣ ଆହାତ ହୋଇଛନ୍ତି ।ଆହାତ ମାନଙ୍କୁ ମେଡକାଲରେ ଭତ୍ତି କରାଯାଉଛି । ସେମାନଙ୍କ ଅବସ୍ଥା ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି ।