ବିଶ୍ୱର ୫ ଅଜବ ଦଣ୍ଡ

ଅଭିଯୁକ୍ତଙ୍କୁ ଶାସ୍ତି ସ୍ୱରୂପ ଦଣ୍ଡ ମିଳିଥାଏ । ତେବେ ତାହା ବଡ଼ ଦଣ୍ଡ ହେଉ ଅବା ଛୋଟ । ଏଠାରେ ଜାଣିବା କିଛି ଭିନ୍ନ ପ୍ରକାରର ଦଣ୍ଡ ବିଷୟରେ, ଯାହାକୁ ଶୁଣିବା ପରେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
-ଆମେରିକାର ମସୌରୀରେ ରହୁଥିବା ଡେଭିଡ୍ ବେରୀ ନାମକ ଜଣେ ବ୍ୟକ୍ତି ଶହେ ହରିଣ ଶିକାର କରିଥିଲେ । ୨୦୧୮ରେ ଏହି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତେବେ ଦଣ୍ଡ ଆକାରରେ ତାଙ୍କୁ ଏକ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା । ତେବେ ଜେଲରେ ରହିବା ଅବସରରେ ଅତିକମ୍‌ରେ ମାସକୁ ଥରେ ଡିଜ୍‌ନୀର ବମ୍ବି କାର୍ଟୁନ ଦେଖିବାକୁ ଆଦେଶ ଦିଆଯାଇଥିଲା ।
-୨୦୦୩ରେ ଆମେରିକାର ଶିକାଗୋରେ ରହୁଥିବା ୨ ଯୁବକ କ୍ରିସ୍‌ମାସ ଅବସରରେ ଚର୍ଚ୍ଚରୁ ଏକ ମୂର୍ତ୍ତି ଚୋରି କରି ନଷ୍ଟ କରିଦେଇଥିଲେ । ଏହି ଅଭିଯୋଗରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୪୫ ଦିନ ଜେଲଦଣ୍ଡ ଦିଆଯାଇଥିଲା । ଏଥିସହ ସେମାନଙ୍କୁ ଏକ ଗଧ ସହ ନିଜ ଗ୍ରାମକୁ ଯିବାକୁ ମଧ୍ୟ ଆଦେଶ ଦିଆଯାଇଥିଲା ।
-୨୦୧୧ରେ ଆମେରିକାର ଓକ୍‌ଲାହୋମାରେ ରହୁଥିବା ୧୭ ବର୍ଷୀୟ ଟାଇଲର ଏଲରେଡ ମଦ ପିଇ ଗାଡ଼ି ଚଲାଉଥିଲେ । ତାଙ୍କ ଗାଡ଼ି ଦୁର୍ଘଟଣାରେ ଜଣେ ବନ୍ଧୁଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ଟାଇଲର ସ୍କୁଲରେ ପାଠ ପଢ଼ୁଥିଲେ । ତେଣୁ ତାଙ୍କୁ ଅଦାଲତ ହାଇସ୍କୁଲ ଏବଂ କଲେଜ ପାଠପଢ଼ା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ବର୍ଷେ ପାଇଁ ଡ୍ରଗ୍ସ, ମଦ ଏବଂ ନିକୋଟିନ୍ ଟେଷ୍ଟ କରିବା ସହ ୧୦ ବର୍ଷ ପର୍ଯ୍ୟନ୍ତ ଚର୍ଚ୍ଚ ଯିବାକୁ ଆଦେଶ ଦେଇଥିଲେ ।
-ସ୍ପେନ୍‌ର ଏଣ୍ଡାଲୁସିୟାରେ ରହୁଥିବା ଜଣେ ୨୫ ବର୍ଷୀୟ ଯୁବକ ନିଜ ମା’ବାପାଙ୍କ ନାମରେ ଅଦାଲତରେ ଅଭିଯୋଗ ଆଣିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ, ମା’ବାପା ତାଙ୍କୁ ପକେଟ୍ ମନି ଦେବା ବନ୍ଦ କରିଦେଇଛନ୍ତି । ଏଥିରେ ଓଲଟା ଅଦାଲତ ଉକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୩୦ ଦିନ ମଧ୍ୟରେ ଘର ଛାଡ଼ି ନିଜ ଗୋଡ଼ରେ ଛିଡ଼ା ହେବାକୁ ଆଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ