ତପ୍ତପାଣି ଘାଟିରେ ଓଲଟିଲା ଦୁଇ ଟ୍ରକ
ସାନଖେମୁଣ୍ଡି. (ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ-ଗଜପତି ସୀମାନ୍ତ ପାଟପୁର ଥାନା ତପ୍ତପାଣି ଘାତିରାସ୍ତା କନ୍ଧୁଣିଦେବୀ ମନ୍ଦିର ବୁଲାଣି ନିକଟ ରେ ମଙ୍ଗଳବାର ପୂର୍ବାହ୍ନ ରେ ଦୁଇଟି ଟ୍ରକ ଓଲଟିବା ପରେ କାହାକୁ ମଧ୍ୟ ଆଘାତ ଲାଗିନାହିଁ।ଗୋଟିଏ ଟ୍ରକ ଗଜପତି ଜିଲ୍ଲା ମୋହନା ରୁ ଚାଉଳ ନେଇ ବ୍ରମହପୁର ଯାଉଥିବବା ବେଳେ ତା ପଛପଟୁ ରାୟଗଡା ରୁ କୋଲକତା ଯାଉଥିବା ବେଳେ ଏକ କପା ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା,ଫଳରେ ଦୁଇଟି ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା।ଖବର ପାଇ ପାଟପୁର ପୋଲିସ ଏସ ଆଇ ଟୁନା ପିଡ଼ିକା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି।


