ଓଏଲଏମ ଅଧିକାରିଣୀଙ୍କ ବଦଳି ପ୍ରତିବାଦରେ ଧାରଣା ଜାରି

ବାରିକପୁର, (ଦୁର୍ଯ୍ୟୋଧନଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ଓଡିଶା ଜୀବିକମିଶନ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଅଧିକାରିଣୀଙ୍କ ବଦଳିକୁ ନେଇ ବିବାଦ ମୁଣ୍ଡ ଟେକିଛି। ସମ୍ପୃକ୍ତ ଅଧିକାରିଣୀଙ୍କୁ ନିକଟ ବନ୍ତ ବ୍ଲକକୁ ବଦଳି କରାଯାଇଥିବା ବେଳେ ଏହାକୁ ନଅ ଗୋଟି ପଂଚାୟତ ମହିଳା ସଂଘ ସଦସ୍ୟା ମାନେ ବିରୋଧ କରିଛନ୍ତି।ଏନେଇ ବ୍ଲକ କାର୍ଯ୍ୟାଳୟ ଠାରେ ତିନି ଦିନ ହେବ ଧାରଣା ଜାରି ରହିଛି। ବିଡ଼ିଓଙ୍କ ଠାରୁ ଆରମ୍ଭ କରି ପ୍ରକଳ୍ପ ନିର୍ଦେଶକ ଓ ଜିଲ୍ଲାପାଳଙ୍କ ଯାଏଁ ଘଟଣା ସମ୍ପର୍କରେ ଅବଗତ ଥିଲେ ସୁଦ୍ଧା ଏଯାଏ ସମସ୍ୟାର ସମାଧାନ ହୋଇପାରିନାହିଁ। ଏପରିକି ଜୀବିକା ମିଶନ କାର୍ଯ୍ୟାଳୟକୁ ଧାରଣାରତ ମହିଳା ମାନେ ଚାବି ପକାଇଦେଇଥିବାବେଳେ ବିଭାଗୀୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସୂଚନା ପାଇ ଜୀବିକା ମିଶନ ଜିଲ୍ଲା ସଂଯୋଜକ ଶିତାଶୁ ଶେଖର ସାହୁ ଓ ଜିଲ୍ଲା ପ୍ରକଳ୍ପ ପରିଚାଳକ ସଞ୍ଜୟ କୁମାର ବାରିକ ଆନ୍ଦୋଳନ ସ୍ଥଳରେ ପହଞ୍ଚି ମହିଳା ମାନଙ୍କ ସହିତ ଆଲୋଚନା କରିଥିଲେ ସୁଦ୍ଧା ଧାରଣା ପୂର୍ବବତଃ ଜାରି ରହିଛି। ମହିଳା ଅଧିକାରିଣୀଙ୍କ ବଦଳି ଆଦେଶ ବାତିଲ ନହେବା ଯାଏଁ ଧାରଣା ଅବ୍ୟାହତ ରହିବ ବୋଲି ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ