ବିବାହ ଭୋଜିରେ ବଜ୍ରାଘାତ ; ୧୭ ମୃତ

ଢାକା : ବାଂଲାଦେଶର ଶିବଗଞ୍ଜରେ ଏକ ବିବାହ ଆୟୋଜନ ଚାଲିଥିବା ସମୟରେ ପ୍ରବଳ ବର୍ଷା କାରଣରୁ ବଜ୍ରାଘାତ ହୋଇଥିଲା, ଫଳରେ ୧୭ ଜଣଙ୍କ ଜୀବନ ଚାଲିଯାଇଛି । ଏଭଳି କି ବର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏଠାରେ ନଦୀରେ ଭାସୁଥିବା ଅବସ୍ଥାରେ ଏକ ଡଙ୍ଗାରେ ଜଣେ ବ୍ୟକ୍ତିଙ୍କ ବିବାହ ଭୋଜି ଚାଲିଥିଲା । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଲଗାତାର ବିଜୁଳି ଆଘାତରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । କିଛି ଲୋକେ ଆହତ ମଧ୍ୟ ହୋଇଛନ୍ତି । ଶିବଗଞ୍ଜ ଠାରେ ଏକ ବାହାଘରର ପାର୍ଟି ଚାଲିଥିବା ସମୟରେ ସଭିଁଙ୍କ ଖୁସି କିଛି ସମୟ ମଧ୍ୟରେ ଗଭୀର ଦୁଃଖରେ ପରିଣତ ହୋଇଯାଇଥିଲା । ବାହାଘରରେ ସାମିଲ ହୋଇଥିବା ଲୋକମାନେ ବର୍ଷା ପବନରୁ ବର୍ତ୍ତିବା ପାଇଁ ଏକ ଡଙ୍ଗା ଦ୍ୱାରା ନଦୀ କୂଳରେ ଥିବା ଶିବଗଞ୍ଜର ଆଶ୍ରୟସ୍ଥଳକୁ ଯାଉଥିଲେ । ମାତ୍ର ସେହି ସମୟରେ ଏକାଧିକ ବିଜୁଳି ମାଡ ହୋଇଥିଲା । ବିଜୁଳି ମାଡ଼ରେ ୧୭ ଜଣଙ୍କର ମୃତ୍ୟୁ ସହ ବର ଗୁରୁତର ଆହତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ