ବାପାଙ୍କ ନାମରେ ଜମିକୁ ଝିଅଙ୍କ ନାମରେ କରିବାକୁ ଆର ଆଇ ନେଲେ ଟଙ୍କା

ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ସରକାର ଆଦିବାସି ବହୁଳ ଅଚଂଳରେ ନିରିହ ଗରିବ ଆଦିବାସୀମାନଙ୍କୁ ଜମିହୀନ ମାନଙ୍କୁ ମାଗଣାରେ ଜମି ପଟ୍ଟା ଜଗାଉଛନ୍ତି । ଏପରିକି ଗରିବ ମାନଙ୍କ ସାହାର୍ଯ୍ୟ ପାଇଁ ମାଗଣା ଭଳି ଅଳ୍ପ ସ୍ଳୋକରେ ଜମି ରେଜିଷ୍ଟ୍ରେସନ ଭଳି ଅନେକ ରାଜସ୍ୱ ବିଭାଗ କାର୍ଯ୍ୟ ଯୋଗାଉଛନ୍ତି । ହେଲେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଳକର ଚାନ୍ଦିପୁଟ ରାଜସ୍ୱ ବିଭାଗର ମହୁଲ ମେଲାଣି ଗ୍ରାମରେ । ମହୁଲା ମେଲାଣୀ ଗ୍ରାମର ଏକ ଜମି ଖାତା ନଂ ୭ ଅନୁସୟା ଦଳପତିଙ୍କ ନାମରେ ଉକ୍ତ ଜାଗାଟି କରାଇବା ପାଇଁ ଚାନ୍ଦିପୁଟ ରାଜସ୍ୱ ନିରିକ୍ଷକ ଚିନ୍ତାମଣୀ ପାଣିଗ୍ରାହୀ ନେଇଥିଲେ ୭୦ ହଜାର ଟଙ୍କା ଏବଂ କିଛି ମାସପରେ ପୁଣି ଉକ୍ତ ଜାଗାର ଇସି ଏବଂ ସ୍କେଚ ମ୍ୟାପ ଦେବା ପାଇଁ ପୁଣି ନେଲେ ୭୦ ହଜାର ଟଙ୍କା ଲାଚଂ । ବର୍ତମାନ ଉକ୍ତ ଜାଗାଟିକୁ ୧୧ ଜଣଙ୍କ ନାମରେ ପଟ୍ଟା କରାଇବା ପାଇଁ ପୁଣି ମାଗୁଛନ୍ତି ଜଣକ ପିଛା ୫ ହଜାର ୫ ଶହ ଲେଖାଏଁ । ହେଲେ ଗରିବ ଖଟିଖିଆ ଦିନ ମଜୁରିିଆ ଦିନେ କୁଲି କରିଲେ ପରିବାର ଚଳେ ବହୁତ ଦୁଃଖ କଷ୍ଟରେ କରଜ ଭାର କରି ୨ କିସ୍ତିରେ ଦେଇ ଆସିଥିଲେ ଟଙ୍କା । ବର୍ତମାନ ପାଖରେ ଆଉ ଟଙ୍କା ଟିଏ ମଧ୍ୟ ନଥିବାରୁ ଦେଇ ଆର ଆଇଙ୍କୁ ଦେଇ ପାରୁ ନାହାନ୍ତି ଟଙ୍କା ଯାହାରି ଫଳରେ ୧୧ ଜଣଙ୍କ ନାମରେ ହୋଇ ପାରୁନି ଜମି ପଟ୍ଟା । ଶେଷରେ ନିରାସ ହୋଇ ଖବର ପ୍ରସାରଣ ପାଇଁ ସାମ୍ବାଦିକଙ୍କ ଦ୍ୱାରସ୍ତ ହୋଇଛନ୍ତି । ୧୧ ଜଣ ବ୍ୟକ୍ତି ସେମାନେ ହେଲେ କର୍ଣ୍ଣାଇଲୁ ମାଝୀ, ସୁରେଶ ମାଝୀ, କିଶାନ ମାଝୀ, ବିଜୟ ମାଝୀ, ଅନନ୍ତ ମାଝୀ, ବାଙ୍କ ମାଝୀ, ଯୀହୋଶୟ ରଇତ, ରୁବେନ ମାଝୀ, ନରମାଝୀ, ଯିରିମିୟ ମାଝୀ ଏମାନଙ୍କୁ ରାଜସ୍ୱ ନିରିକ୍ଷକ ଆର ଆଇ ଶ୍ରୀ ପାଣିଗ୍ରାହୀ ଧମକ ମଧ୍ୟ ଦେଇଛନ୍ତି ଯେ କୌଣସି କାହାକୁ ଏ ବିଷୟରେ ନ କହିବା ପାଇଁ ଯଦି କହିବ କାହାକୁ ତାହା ହେଲେ ତୁମାରି ନାମରେ ଜମି ପଟଟ୍ କରାଇଦେବା ନାହିଁ । ତେଣୁ ଜିଲ୍ଲ ପ୍ରଶାସନ ଏବଂ ରାଜ୍ୟ ସରକାର ଏଥି ପ୍ରତି ନଜର ଦେଇ ଉକ୍ତ ଆର ଆଇ ଶ୍ରୀ ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଇ ଆମରି ଗରିବ ଖଟିଖିଆ ମଜୁରିଆଙ୍କ ୧ ଲକ୍ଷ ୪୦ ହଜାର ଟଙ୍କା ଫେରାଇବା ସହ ଆମରି ନାମରେ ଘର ପଟ୍ଟା କରାଇଦେଲେ ସରକାରଙ୍କ ନିକଟରେ ଆମେ ଆହାରି ହେବୁ ବୋଲି ଗ୍ରାମବାସୀ କହିଛନ୍ତି । ପ୍ରକାଶ ଥାଉକି ଉକ୍ତ ଆର ଆଇ ଚିନ୍ତାମଣୀ ପାଣିଗ୍ରାହୀ ଆଗରୁ ବହୁବାର ଜମି ଜୁମା ବାବଦକୁ ସମାଧାନ କରିବା ପାଇଁ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ପୁଣି ତାଙ୍କୁ ଚାନ୍ଦିପୁଟରେ ହିଁ କାର୍ଯରତ କରାଇଛନ୍ତି ରାଜସ୍ୱ ବିଭାଗ । ଅନ୍ୟପଟେ ମୋ ସରକାର ଥିବା ବେଳେ ମଧ୍ୟ ଏଭଳି ଲାଚୁଂଆ ଅଧିକାରୀଙ୍କୁ କିପରି ରାଜ୍ୟ ସରକାର କାର୍ଯ୍ୟରୁ ବହିଷ୍କୃତ ନକରି ରଖିଛନ୍ତି । ଯେଉଁଠାରେ କି ଆଦିବାସୀଙ୍କ ପାଇଁ ସରାକର ଆଗ ଧାଡିରେ ଛିଡା ହେଉଛନ୍ତି ସେଠାରେ ହିଁ ଆଦିବାସୀଙ୍କୁ ଶୋଷଣ କରୁଛନ୍ତି ସରକାରୀ ବାବୁମାନେ ବୋଲି ଅଂଚଳରେ ଚର୍ଚ୍ଚ ବେଶ ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ