ଜୁଆ ଆଡ୍ଡାରେ ପୋଲିସ୍ ର ଚଢ଼ାଉ; ଟଙ୍କା,ମୋବାଇଲ ଓ ତାସ୍ ଜବତ, ସାତ ଗିରଫ
ବେଲଗୁଣ୍ଠା, ( ସନ୍ତୋଷ ବିଷୋୟୀ): ଗାଙ୍ଗପୁର ପୋଲିସ୍ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସାତ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା, ମୋବାଇଲ୍ ଏବଂ ତାସ୍ ଜବତ କରିଛି I ସୂଚନା ପ୍ରକାରେ କୌଣସି ସୂତ୍ରରୁ ଖବର ପାଇ ଗାଙ୍ଗପୁର ପୋଲିସ୍ ରବିବାର ସନ୍ଧ୍ୟା 7 ଘଣ୍ଟ ସମୟରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ ବୋର୍ସିଂ ଉଚ୍ଚ ବିଦ୍ୟାଳୟ ପଛପଟେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା I ଚଢ଼ାଉ ସମୟରେ ପୋଲିସ୍ ସେଠାରୁ 7 ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ 48,170 ଟଙ୍କା, ସାତଟି ମୋବାଇଲ୍ ତାସ୍ ଏବଂ ପାଲି ମଧ୍ୟ ଜବତ କରିଛି I ଏନେଇ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 340/21 ରେ ଏକ ମାମଲା ରୁଜୁ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ ପ୍ରକାଶ କରିଛନ୍ତି I