ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଛତ୍ରପୁର (ଦେବଦତ୍ତ ମହାରଣା): ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ପକ୍ଷରୁ ସ୍କୁଲ, କଲେଜ, ଶିକ୍ଷକ କର୍ମଚାରୀ ମାନେ ସେମାନଙ୍କ ସପ୍ତମ ବେତନ ପ୍ରଦାନ, ଚାକିରି ସର୍ତ୍ତାବଳୀ ସହ ପେନସନ୍ ପ୍ରଦାନ, ୧୭୭ ନୂତନ ଅନୁଦାନ ପ୍ରାପ୍ତ କରିବା, ନୂତନ କଲେଜକୁ ଅନୁଦାନ ପ୍ରଦାନ, ଅନୁଦାନ ନିତୀରୁ ଅସଙ୍ଗତି ଦୂରୀକରଣ ଓ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିବା ସମେତ ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲା ଓଷ୍ଟା ସଂପାଦକ ବିଜୟ କୁମାର ବେହେରା, ୪୪୮ ବର୍ଗ କଲେଜ ସଭାପତି ପ୍ରଶାନ୍ତ କୁମାର ପାତ୍ର, ଆବାହକ ଗୌରୀ ଶଙ୍କର ଶତପଥି ଓ ୬୬୨ ବର୍ଗ କଲେଜ ସଂପାଦକ ଶିଶିର କାନ୍ତ ବିଷୋୟୀଙ୍କ ନେତୃତ୍ୱରେ ସୋମବାର ମିଳିତ ମଂଚ ପକ୍ଷରୁ ସୋମବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଓ ଗଣ ଶିକ୍ଷା ମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ମିଳିତ ମଂଚ ସଭାପତି ହିମାଂଶୁ ପଟ୍ଟନାୟକ, ୬୬୨ ବର୍ଗ କଲେଜର ସଂଜୟ କୁମାର ଷଡଙ୍ଗୀ, ସଂଜୟ କୁମାର ରେଡ୍ଡି, ଜଗନ୍ନାଥ ପଟ୍ଟନାୟକ, ୪୪୮ ବର୍ଗ କଲେଜର ଦେବୀ ପ୍ରସାଦ ପାଢି, ପ୍ରଦୀପ୍ତ କୁମାର ପଟ୍ଟନାୟକ, ହୃଷିକେଶ ପଣ୍ଡା, କୃଷ୍ଣ ଚରଣ ପାଣିଗ୍ରାହୀ, ରାଜେନ୍ଦ୍ର ନାହାକ, ଓଷ୍ଟାର ଅଶୋକ କୁମାର ଦଳାଇ, ରାମଚନ୍ଦ୍ର ପଲାଇ, ଶକ୍ତି ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।