ପୁଲିସର ଚଢ଼ଉକୁ ନେଇ ବାଲି ବେପାରୀଙ୍କ ଅସନ୍ତୋଷ

ବାଲେଶ୍ୱର, (ସରୋଜ ପଣ୍ଡା):କଣ୍ଟାବଣିଆ ଓ ଦହପଡ଼ା ଗ୍ରାମ ନିକଟରେ ବୁଢ଼ାବଳଙ୍ଗ ନଦୀ ଅବବାହିତ ହୋଇଥିବାରୁ ଏଠିକାର ଅଧିବାସୀମାନେ ଦୀର୍ଘ ଦିନ ଧରି ଟ୍ରକ୍ ଓ ଟ୍ରାକ୍ଟରରେ ଆଇନାନୁଯାୟୀ ନିଲାମ ଧାରୀଙ୍କ ଠାରୁ ବାଲିକିଣି ମହଜୁଦ୍ କରି ବାଲେଶ୍ୱର ସହରବାସୀ, ତଥା ସରକାରୀ କାର୍ଯ୍ୟକୁ ମଧ୍ୟ ଯୋଗଇ ଆସୁଅଛୁଁ ଓ ତଦ୍ ପରିପ୍ରେକ୍ଷୀରେ ଆମ୍ଭେ ନିମ୍ନ ସ୍ୱାକ୍ଷରକାରୀମାନେ ବେକାରୀ, ବେରୋଜଗାରୀ ବ୍ୟକ୍ତି ଥାଇ ବ୍ୟାଙ୍କରୁ ଲୋନ ମାନ କରି ଟ୍ରକ (୪୦୭) ଓ ଟ୍ରାକ୍ଟର ମାନ କରି ସରକାରଙ୍କୁ ସମସ୍ତ ଟେକ୍ସ ଦେବା ସହ ନିଜର ଜୀବିକା ନିର୍ବାହ କରିବା ସକାଶ ବ୍ୟବସାୟ ଚଳାଇ ଆସୁଅଛୁଁ । ସରକାରଙ୍କ ନିୟମ ଅନୁଯାୟୀ ସ୍ୱୀକୃତି ପ୍ରାପ୍ତ ବାଲି ଉଠାଣକାରୀ ବ୍ୟବସାୟୀଙ୍କଠାରୁ ଆମ୍ଭେ ଉପଯୁକ୍ତ ଅର୍ଥ ପଇଠ କରି ବର୍ଷାଦିନ ସକାଶ ବାଲି ମହଜୁଦ୍ କରି ଆମ୍ଭେମାନେ ବେସରକାରୀ ଓ ସରକାରୀ ନିର୍ମାଣ ସକାଶ ବାଲି ଯୋଗାଇ ଆସୁଥିବା ଅବସରରେ ପୋଲିସ୍ ବାବୁମାନେ ତହସିଲଦାରଙ୍କ ଆଗଚରରେ ବେଆଇନ ଭାବରେ ଯେ କୌଣସି ମୁହୂର୍ତରେ ଯେକୌଣସି ସ୍ଥାନରେ ଅମାନୀୟଭାବେ ଗାଡ଼ି ଅଟକାଇ ହଇରାଣ ହରକତ କରୁଛନ୍ତି । ଏବଂ ନାନଦି ଦଫା ଲଗାଇ ଗାଡ଼ି ଟାଣି ପୋଲିସ କେସ୍‌ମାନ କରିଦେଉଛନ୍ତି । ଡ୍ରାଇଭରମାନଙ୍କୁ ଜେଲ୍ ପଠାଇ ଦେଉଛନ୍ତି । ଫଳରେ ନିରିହ ଗରିବ ଡ୍ରାଇଭରମାନେ ଜେଲ ମଧ୍ୟରେ ରହି ଅସାମାଜିକ ବ୍ୟକ୍ତିମାନଙ୍କ ସହ ମିଶିବାର ସୁଯୋଗ ପାଇ ସମାଜରେ ଅସାମାଜିକ ବ୍ୟକ୍ତିତ୍ୱ ସୃଷ୍ଟି ହେଉଛନ୍ତି । ଗାଡ଼ି ମାଲିକମାନେ ଉଭୟ ଓକିଲ, ପୋଲିସ ଖର୍ଚ୍ଚ ବହନ କରି ନୟାନ୍ତ ହେଉଛନ୍ତି । ଏପରିକି କୋର୍ଟରୁ ଗାଡ଼ି ବାହାର କରିବା ସକାଶେ ଆବଶ୍ୟକୀୟ ସମୟ ପ୍ରାପ୍ତ ୧ ମାସ ୨ ମାସ ଲାଗୁଅଛି, ଫଳରେ ଗାଡ଼ି କାଲିକ ଗାଡ଼ି ବସିଯିବାରୁ ଯଥେଷ୍ଟ ୨/୩ ମାସ ଗାଡ଼ି ଚଳାଇ ନ ପାରି କ୍ଷତି ସହ୍ୟ କରୁଛନ୍ତି । କେବଳ ଗାଡ଼ି ବନ୍ଦ ହୋଇଗଲେ ମାଲିକ ପରିବାର ନୁହେଁ, ଡ୍ରାଇଭର, ହେଲପର୍‌, ଲେବରମାନଙ୍କ ପରିବାରମାନେ ବେରୋଜଗାର ହେବା ସଙ୍ଗେସଙ୍ଗେ ଭୋକ ଉପାସରେ କଳାତୀପାତ କରୁଛନ୍ତି, ତଥା କମ୍ପାନୀ ଠାରେ ଗାଡ଼ିମାନ ମଧ୍ୟ ହରାଉଛନ୍ତି । ଏପରିକି ଅନେକ ଗାଡ଼ି ମାଲିକ ଗାଡ଼ି କିସ୍ତି ଦେଇ ନପାରି ଫାଇନାନ୍ସ କମ୍ପାନୀମାନେ ଗାଡ଼ି ଟାଣି ନେଉଛନ୍ତି । ଫଳରେ ଆମ୍ଭେମାନେ ରୋଜଗାର ହରାଇ ବେକାର ହୋଇଅଛୁଁ । ପ୍ରକୃତ ପକ୍ଷେ ସରକାରଙ୍କ ସ୍ୱିକୃତୀପ୍ରାପ୍ତ ବାଲି ଉଠାଣକାରୀ ମାଲିକମାନେ ସରକାରଙ୍କୁ ଉପଯୁକ୍ତ କର ଖଜଣା ଆଦି ଆଦାୟ ଦେଇ ଆମ୍ଭେ ଟ୍ରକ୍ ଓ ଟ୍ରାକ୍ଟର ମାଲିକମାନଙ୍କୁ ବାଲି ଯୋଗାଇ ଆସିଥାଆନ୍ତି । ଆମ୍ଭେମାନେ ବ୍ୟବସାୟ ନିମନ୍ତେ ସର୍ବପରିଭାବେ ବର୍ଷାଦିନ ବନ୍ୟା ଇତ୍ୟାଦିରୁ ଲକ୍ଷ ରଖି ବାଲି କିଣି ମହଜୁଦ୍ ରଖି ବର୍ଷାଦିନରେ ଛୋଟ ଗାଡ଼ିରେ ବ୍ୟବସାୟ କରି ଆସୁଥିବା ଅବସରରେ ପୋଲିସ୍‌ବାବୁମାନେ ଉପରୋକ୍ତ ବେଆଇନ କାର୍ଯ୍ୟମାନ କରି ଆମ୍ଭମାନଙ୍କୁ ବିଭିନ୍ନ ପ୍ରକାରର ହଇରାଣ ହରକତ କରିବା ସହ ଅଯଥା ଖର୍ଚ୍ଚାନ୍ତ କରାଇବା ଏବଂ ସମାଜରେ ଅପରାଧୀ ସୃଷ୍ଟି କରିବା ଆଦି ଯୋଗୁଁ ସେମାନେ ଆଇନତଃ ଦୋଷୀ ଅଟନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ