ରାଜ୍ୟରେ ନିଅଣ୍ଟିଆ ବର୍ଷା, ୩୦ ପ୍ରତିଶତ କମ ବର୍ଷା ହୋଇଛି
ଭୁବନେଶ୍ୱର, (ୱାଇଏନ୍ଏସ୍): ପାଣିପାଗ ବିଭାଗ ଆକଳନକୁ ଭୂଲ ପ୍ରମାଣିତ କରି ଚାଷୀଙ୍କ ଉପରେ ଚଡ଼କ ପକାଇଛି ଚଳିତ ବର୍ଷ ନିଅଣ୍ଟିଆ ବର୍ଷା । ରାଜ୍ୟରେ ୩୦ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ୨୨ଟି ଜିଲ୍ଲାରେ ସ୍ବଳ୍ପବୃଷ୍ଟି । ଧାରା ଶ୍ରାବଣ ଅଗଷ୍ଟ ମାସରେ ସ୍ଥିତି ଆହୁରି ଗମ୍ଭୀର । ରାଜ୍ୟର ୨୧ଜିଲ୍ଲାରେ ୬୦ ରୁ ୯୦ପ୍ରତିଶତ କମ ବର୍ଷା ହୋଇଛି । ଜୁନ ୧ ଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ କମ ବର୍ଷା ହୋଇଛି । ୨୨ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଜିଲ୍ଲାର କେବଳ ୨୫ ପ୍ରତିଶତ ଜମିକୁ ଜଳସେଚନ ବ୍ୟବସ୍ଥା ଥିବା ବେଳେ ବାକି ୭୫ ପ୍ରତିଶତ ବର୍ଷା ଉପରେ ନିର୍ଭର । ଏମିତି ସ୍ଥିତିରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀର ବୁଦ୍ଧିବାଟ ହଜିଯାଇଛି । ଅଗଷ୍ଟ ୧୫ ପରେ ବଙ୍ଗୋପସାଗରରେ ଦାନା ବ।ନ୍ଧୁ ଥିବା ଲଗୁଚାପରେ ଭଲ ବର୍ଷା ହେବାର ଆଶା କରାଯାଉଛି । ଯାଜପୁରରେ ୫୩ ପ୍ରତିଶତ କମ , ଭଦ୍ରକରେ ୫୧ ପ୍ରତିଶତ କମ, ଗଜପତିରେ ୪୩ ପ୍ରତିଶତ କମ , କେନ୍ଦୁଝରରେ ୪୦ ପ୍ରତିଶତ କମ , ବଲାଙ୍ଗିରରେ ୪୩ ପ୍ରତିଶତ କମ ଏବଂ ଝାରସୁଗୁଡାରେ ୪୧ ପ୍ରତିଶତ ନିଅଣ୍ଟିଆ ବର୍ଷା କାରଣରୁ ମରୁଡି ଆଶଙ୍କା ଦେଖାଦେଇଛି । ଜୁନ ଜୁଲାଇରେ ସ୍ବାଭାବିକ ବର୍ଷା ହୋଇଥିଲା । ତେବେ ୧ ଅଗଷ୍ଟରୁ ୧୩ ଅଗଷ୍ଟ ଭିତରେ ରାଜ୍ୟରେ ହାରାହାରି ୫୨ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ଅଗଷ୍ଟ ମାସରେ ୨୧ଜିଲ୍ଲାରେ ୬୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ କମ ବର୍ଷା ହୋଇଛି । ସେହିପରି ଓଡିଶାର ଧାନଚାଷର ପେଣ୍ଠ ତଥା ରାଜ୍ୟର ଭାତହାଣ୍ଡି ବରଗଡର ଚାଷୀ ହତାଶ । ଧାରା ଶ୍ରାବଣରେ ବି ବର୍ଷାର ଦେଖାନାହିଁ । ଜୁନରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୨୮ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଥିବା ବେଳେ ଅଗଷ୍ଟ ମାସରେ ୯୦ପ୍ରତିଶତ କମ ବର୍ଷା ହୋଇଛି । ଜମି ଫାଟି ଆଁ କରିଛି, ଧାନ ଗଛ ହଳଦିଆ ପଡିଲାଣି ।ଆକାଶକୁ ଚାତକ ଭଳି ଚାହିଁଛି ଚାଷୀ ।ସ୍ବଳ୍ପ ବୃଷ୍ଟି ଯୋଗୁ ଜିଲ୍ଳାର ୧୨ଟି ଅଣଜଳସେଚିତ ବ୍ଲକ୍ରେ ମରୁଡି ଆଶଙ୍କା ଦେଖା ଦେଇଛି। ଜିଲ୍ଲାରେ ୯୮ ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ଆଗାମୀ ୧୫ ଦିନ ମଧ୍ୟରେ ଭଲ ବର୍ଷା ନହେଲେ ପରିସ୍ଥିତି ଜଟିଳ ହେବ ବୋଲି ଆଶଙ୍କା କରିଛି ଜିଲ୍ଳା କୃଷି ବିଭାଗ । ତେବେ ବର୍ଷାର ପରିମାଣ କମ ରହିଲେ, କିମ୍ବା ଡେରି ହେଲେ ରାଜ୍ୟର ଅନେକ ଜିଲ୍ଲାରେ ମରୁଡିର ପଦଧ୍ବନି ଶୁଭିପାରେ ବୋଲି ଆକଳନ କରାଯାଉଛି


