ଗଞ୍ଜାମ ଏନଏସିରେ ହେବ ଇଣ୍ଡୋର ଷ୍ଟାଡିୟମ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ
ଗଞ୍ଜାମ, (ବିନୋଦ ପଲେଇ): ଗଞ୍ଜାମ ସହର ଠାରେ ଏକ ଇଣ୍ଡୋର ଷ୍ଟାଡିୟମ ହେବାକୁ ଯାଉଛି, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟାରେ। ଯାହାକୁ ନେଇ ବିଧାୟକ ଓ ମୁଖ୍ୟମନ୍ତ୍ରୀ, ୫ଟି ସଚିବଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି। ଏନେଇ ଗଞ୍ଜାମ ସହର ଠାରେ ବୁଢ଼ୀମା ଠାକୁରାଣୀ ମନ୍ଦିର ମିଟିଙ୍ଗ ହଲ ପରିସରରେ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତରେ ଏନଏସି ବାସିନ୍ଦାଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି,ଏହି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଛଅ ହଜାର କୋଟି ଟଙ୍କା ବ୍ୟୟବରାଦ କରିଥିବାରୁ। ଏହି କାର୍ଯ୍ୟକ୍ରମରେ ବିଧାୟକ ବେହେରା ଅଞ୍ଚଳର ଖେଳାଳି ମାନଙ୍କ ପାଇ ଲିକାୟିତ୍ୱ ପ୍ରତିଭା ସାମନାକୁ ଆଣିବା ପାଇଁ ଏହା ଏକ ପ୍ରକୃତ ମାଧ୍ୟମ ହେବ ବୋଲି କହିବା ସହ , ଉପସ୍ଥିତ ଖେଳାଳି ମାନଙ୍କୁ ବିଭିନ୍ନ ଖେଳ ସାମଗ୍ରୀ , ପୁସ୍ତକ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ନଗର ସଭାପତି ରାଜୁ ରେଡି, ଯୁବ ସଭାପତି ସୁଧୀର କୁମାର ପାଢୀ,ଛାତ୍ର ସଭାପତି ସିଲୁ ଦାଶ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଗୋରୀ ଶଙ୍କର ବାରିକ, ପୁର୍ବତନ କାଉନସିଲର ଦଣ୍ଡ ପାଣି ପରିଡା, ଡିଜିଟାଲ ସମ୍ପାଦକ ଆଶୁତୋଷ ଦାଶ, ଯୁବ ନେତା ମଦନ ପାଢ଼ୀ, ମନୋଜ ପ୍ରଧାନ,ପ୍ରମୁଖଙ୍କ ସମେତ ବିଦ୍ୟାର୍ଥୀ ଓ ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ଥିଲେ । ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହେବାକୁ ଯାଉଥିବାରୁ ଅଞ୍ଚଳ ବାସୀ ଓ କ୍ରୀଡାବିତ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।


