ସ୍ୱାଧୀନତା ଦିବସରେ ୪୪୨ଜଣଙ୍କୁ ମିଳିଲା ମଧୁବାବୁ ଭତ୍ତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପକ୍ଷରୁ ରବିବାର ପଞ୍ଚାୟତ ସ୍ତରରେ ସାମାଜିକ ସୁରକ୍ଷା ଯୋଜନା ରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କୁ ମଧୁବାବୁ ଭତ୍ତା ପ୍ରଦାନ କରାଯାଇଛି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ସଂଯୋଜନାରେ ଓ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧିଶରତ ଚନ୍ଦ୍ର ମହାପାତ୍ର,ବ୍ଳକ ଅଧ୍ୟକ୍ଷଏନ ରଘୁନାଥ ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ମିଳିତ ସହଯୋଗରେ ବ୍ଲକର ୨୧ଟି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷାରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି।ସ୍ଥାନୀୟ ଶିକିରି,ଖରିଡା,ରାଳବ,ପୁଟିଆ ପଦର,ବଡ଼ଖଣ୍ଡି ସମେତ ଅବଶିଷ୍ଟ ପଞ୍ଚାୟତରେ ୨୨୨ଜଣକୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା,୧୪୮ଜଣକୁ ବିଧବା ଭତ୍ତା,୪୮ଜଣକୁ ଭିନ୍ନକ୍ଷମ ଭତ୍ତା,୯ଜଣକୁ ଛାଡପତ୍ର ଭତ୍ତା ଓ ୧୭ ଜଣ ମହିଳାଙ୍କୁ ଅବିବାହିତ ଭତ୍ତା ପ୍ରଦାନ କରାଯାଇଛି।ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ସମୁଦାୟ ୪୪୨ଜଣ ହିତାଧିକାରୀଙ୍କୁ ମଧୁବାବୁ ଭତ୍ତା ପ୍ରଦାନ କରାଯାଇଥିବା ବିଡ଼ିଓ ସୂଚନା ଦେଇଛନ୍ତି।ଉକ୍ତ କାର୍ଯ୍ୟକ୍ରମ ବେଳେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୁଶାନ୍ତ କୁମାର ମଲ୍ଲିକ,ସରପଞ୍ଚ ପ୍ରତିମା ବେହେରା,ରଘୁନାଥ ବେହେରା,କେ ଦୁର୍ଗା ପ୍ରସାଦ ରାଓ,ମାଧୁରୀ ପାଣିଗ୍ରାହୀ,ଗୌରୀ ସାହୁ,ଏ ସୀତା,ଭି.ରବୀନ୍ଦ୍ର,ରଞ୍ଜୁ ବେହେରା,ସୁଧାଂଶୁ ସାହୁ,ପିଇଓ ସୁଶାନ୍ତ କୁମାର ପାତ୍ର,ବିଜୟ କୁମାର ସେଠୀ,ପ୍ରତାପ କୁମାର ସାହୁ,ଏସ ରାଜେଶ,ରାଜେନ୍ଦ୍ର କୁମାର ପଟ୍ଟନାୟକ,ବାସୁଦେବ ବେହେରା,ବୈଷ୍ଣବ ମଣ୍ଡଳ, ଲୋକନାଥ ପାଢ଼ୀ,ଇ.ଶଙ୍କର ରାଓ, ନବୀନ ମହାରଣା,ପୂର୍ଣ୍ଣଚନ୍ଦ୍ର ସାହୁ ଓ ବେଣୁଧର ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।


