ସ୍ବାଧୀନତା ଦିବସରେ ବନପ୍ରସ୍ଥ ଆଶ୍ରମ ପାଇଁ ବୃକ୍ଷ ରୋପଣ ମହାଯଜ୍ଞ

ବୁଗୁଡା, (ଅନିଲ ମହାରଣା): ଭାରତର ବିଶିଷ୍ଟ ସମାଜସେବୀ ଓ ପରିବେଶ ସୁରକ୍ଷା ଆନ୍ଦୋଳନର ପୁରୋଧା ରମା ରାଉତଙ୍କ ପ୍ରଚେଷ୍ଟାରେ “ଭିଲେଜ ସ୍ୱରାଜ ଓଡିଶା” ସଂଗଠନ ଗଠନ କରି ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତର ଗ୍ରାମ ପଞ୍ଚାୟତର କଣ୍ଡରାଇ ଆଦିବାସୀ ଗ୍ରାମ ନିକଟରେ ବନପ୍ରସ୍ଥ ଆଶ୍ରମ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଶ୍ରୀମତୀ ରାଉତଙ୍କ ପରାମର୍ଶ କ୍ରମେ କଣ୍ଡରାଇ ଗ୍ରାମରେ ଯେଉଁ ଜମିରେ ଭିଲେଜ ସ୍ୱରାଜ ଓଡିଶା ଆନୁକୂଲ୍ୟରେ ବନପ୍ରସ୍ଥ ଆଶ୍ରମ ନିର୍ମାଣ କରାଯିବ, ସେହି ଜମିର ଚତୁଃପାର୍ଶ୍ୱରେ ପବିତ୍ର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଅଁଳା, ବାହାଡ଼ା, ନିମ, ଅର୍ଜ୍ଜୁନ ଓ ବେଲ ଚାରା ଲଗାଇ “ବୃକ୍ଷ ରୋପଣ ମହାଯଜ୍ଞ” ଅନୁଷ୍ଠିତ ହୋଇଥିଲା। ଏହି ବୃକ୍ଷ ରୋପଣ ମହାଯଜ୍ଞ ମହତ କାର୍ଯ୍ୟକ୍ରମରେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଟେକିନିସିଆନ କାଳୀ ପ୍ରସାଦ ସାହୁ ଏବଂ ମାଣିତର ମା ସେନାପତି ଯୁବକ ସଂଘର ସଭାପତି ଅଭିଳାଷ ମହାରଣା ଓ ସାଇରାମ ରାଉତଙ୍କ ନେତୃତ୍ୱରେ ସୁଧୀର କୁମାର ପ୍ରଧାନ, ଗୌତମ ରାଉତ, ପ୍ରେମାଞ୍ଚଳ ସାହୁ, ଜଗାଳି ପ୍ରଧାନ, ଦୀପକ ଗୌଡ଼, ଆଲୋକ ସାମଲ, ରବି ନାରାୟଣ ପାଇକ, ଓ ବିଘ୍ନରାଜ ରାଉତ ପ୍ରମୁଖ ଅଂଶ ଗ୍ରହଣ କରି ପ୍ରସ୍ତାବିତ ବନପ୍ରସ୍ଥ ଆଶ୍ରମର ଚତୁଃପାର୍ଶ୍ୱରେ ଚାରା ରୋପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ