ରାଇରଙ୍ଗପୁର ଓକିଲ ସଂଘ ତରଫରୁ ୭୫ ତମ ସ୍ବାଧୀନତା ଦିବସ ପାଳିତ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘ ତରଫରୁ ୭୫ ତଥ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।ଏଥିରେ ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତି ପତକା ଉତ୍ତୋଳନ କରିଥିଲେ । ସଂପାଦକ ମନୋଜ ଦାସ ସ୍ବାଧୀନତା ପାଇଁ ମହାପୁରୁଷ ମାନଙ୍କର ବଳିଦାନ ଉପରେ ଆଲୋକପାତ କରିଥିଲେ । ଓକିଲ ସଂଘ କାର‌୍ୟ୍ୟାଳୟରେ ଦିର୍ଘବର୍ଷ କାର୍ଯ୍ୟ କରିଥିବା ବରିଷ୍ଠ ସଦସ୍ୟ ପ୍ରତାପ ମହାନ୍ତଙ୍କୁ ଓକିଲ ସଂଘ ତରଫୁରୁ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ପରେ ମଧୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦିଆଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବର୍ଷିଆନ ଓକିଲ ରସାନନ୍ଦ ଲେଙ୍କା,ପ୍ରଭାଷ କବି,ଜୀମୂତକଵି, ଉପସଭାପତି ମନୋଜ ଦାସ,ସଂଜୀବ ରାମ,ରାମେଶ୍ବର ଅଧିକାରୀଙ୍କ ସମେତ ବହୁ ଓକିଲ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ