ଖରସ୍ରୋତା ଆନ୍ଦୋଳନ ସମର୍ଥନରେ ମିଳିତ ବିରୋଧୀ ଦଳର ଗଣ ବିକ୍ଷୋଭ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ରାଜକନିକା ସ୍ଥିତ ଭାରିଗଦା ନିକଟରେ ସରକାରଙ୍କ ଖରସ୍ରୋତା ନଦୀ ଉପରେ ବିବାଦୀୟ ଜଳ ପ୍ରକଳ୍ପ ବିରୋଧରେ ସ୍ଥାନୀୟ ଜନଗଣ ଦୀର୍ଘ ୨ ବର୍ଷ ଧରି ଶାନ୍ତିପୂଣ୍ଣ ର୍ ଆନ୍ଦୋଳନ କରୁଥିବା ସତ୍ୱେ ସରକାର ଓ ଜିଲ୍ଲା ପ୍ରଶାସନ ଯେଭଳି ତରବରିଆ ଭାବେ ସମସ୍ତ ପ୍ରକାର ନୀତି ନିୟମକୁ ଉଲଙ୍ଘନ କରି ବ୍ୟାପକ ପୋଲିସ ଛାଉଣୀ କରି ଆନ୍ଦୋଳନକାରୀମାନଙ୍କ ଉପରେ ଜୁଲମ ସହିତ ରାତି ଅଧିଆ ଅନ୍ୟାୟ ଗିରଫ କରି ପ୍ରକଳ୍ପ କାମ ଜୋର ଜବରଦସ୍ତ ଆରମ୍ଭ କରିଛନ୍ତି ତାହା ବିରୋଧରେ ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମିଳିତ ବିରୋଧିଦଳ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ(ଏମ), ସିପିଆଇ, ସିପିଆଇ(ଏମ୍ଏଲ୍ ଲିବେରେସନ) ଓ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭସଭାରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଥିଲେ ଯେ ରାଜ୍ୟ ସରକାର ଯେମିତି ଭାବେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛନ୍ତି ତାହା ଜନ ସ୍ୱାର୍ଥ ବିରୋଧୀ । ଲୋକଙ୍କ ସହିତ କୈାଣସି ଆଲୋଚନା ନକରି ଏବଂ ଭିତରକନିକା ଅଭୟାରଣ୍ୟ ଉପରେ ଏହାର କି ପ୍ରଭାବ ପଡିବ ଆଲୋଚନା ନକରି ରାତି ଅଧିଆ ପ୍ରକଳ୍ପ କାମ କରିବା ସରକାରଙ୍କ ମନ୍ଦ ଉଦ୍ଦେଶ୍ୟକୁ ଧରା ପକାଉଛି । ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟର ପୂର୍ବତନ ବିଧାୟକ ଓ ଖରସ୍ରୋତା ଆନ୍ଦୋଳନର ନେତା ଦେବେନ୍ଦ୍ର ଶର୍ମା, ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି,ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ସଭ୍ୟ ହଳଧର ସେଠୀ, ସିପିଆଇ(ଏମ ) ଜିଲ୍ଲା ସଂପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସର ରାଜ୍ୟ ନେତା ଜ୍ଞାନଦେବ ବେହୁରା, ସିପିଆଇ(ଏମ )ର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହ, ସିପିଆଇ ନେତା ବାବାଜୀ ଧଳ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ସିପିଆଇ(ଏମ ଏଲ୍) ନେତା ସଂଜୀବ ରାଉତ, ପ୍ରକାଶ ଚନ୍ଦ୍ର ମଲିକ, ନବ ନିର୍ମାଣ କଂଷକ ସଂଗଠନର ନେତା ଦୋଳ ଗୋବିନ୍ଦ ସାହୁ, ଦାଶରଥୀ ସାହୁ, ଅକ୍ରୁର ପଲାଇ, ଉତ୍କଳ ସର୍ବଦୟ ମଣ୍ଡଳର ରାଜ୍ୟ ସଂପାଦକ ରମାକାନ୍ତ ମଣ୍ଡଳ, ବରିଷ୍ଠ କୃଷକ ନେତା ବିଜୟ ଦାସ, ଆଦିକନ୍ଦ ରାଉଳ, ଆଇଏନଟିୟୁସି ଜିଲ୍ଲା ସଭାପତି ମୁକ୍ତାର ଖାଁ, କଂଗ୍ରେସ ନେତା ରତୀକାନ୍ତ କାନୁନଗୋ, କେନ୍ଦ୍ରାପଡା ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ମଙ୍ଗୁଳି ଚରଣ ବେହେରା, ଫକିର ଚରଣ ଖଟୁଆ, ଧନେଶ୍ୱର ରାଉତ, ସୁହାନା ବେଗମ, ଶରତ ବେହୁରା, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ନାରୟଣ ପରିଡା, ଅର୍ଜୁନ ମଣ୍ଡଳ, ନରୋତ୍ତମ ପାର୍ଥ ସାରଥୀ, କେଦାର ବେଉରା, ମହେନ୍ଦ୍ର ପରିଡା, ସର୍ବେଶ୍ୱର ସେଠୀ, ପରବେଜ ଅକ୍ତର, ଗଣେଶ ଚନ୍ଦ୍ର ମେକାପ, ଜ୍ୟୋତି ରଞ୍ଜନ ପ୍ରଧାନ, କଳାକାର ମଳିକ, ପ୍ରଦୀପ ବେହେରା, ଲକ୍ଷ୍ମୀଧର ପଲାଇ, କମଳାକାନ୍ତ ବେହେରା, ଅମୁଲ୍ୟ ପ୍ରଧାନ, ପ୍ରଭାତ କୁମାର ଉଡାନ ସିଂ, ସମ୍ବିତ୍ ଶ୍ରୀଚନ୍ଦନ, ମୁରସିଦ ମହମ୍ମଦ, ରତୀକାନ୍ତ ସାମଲ, ଅନନ୍ତ ଚରଣ ସ୍ୱାଇଁ, ଗୁଣମଣୀ ବେହେରା, ସୋମନାଥ ବିଶ୍ୱାଳ, ଜ୍ଞାନ ରଞ୍ଜନ ସାହୁ, ଚନ୍ଦନ କୁମାର ଦାସ, ସର୍ବେଶ୍ୱର ବେହେରା, ଦୟାନିଧି ପରିଡା, ସନ୍ତୋଷ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ ଓ ଜିଲ୍ଲା ପ୍ରଶାସନ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରି ପୋଲିସ ଛାଉଣୀ ପ୍ରତ୍ୟାହାର କରିବା ଓ ପୋଲିସ ଅତ୍ୟାଚାର ବନ୍ଦ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଏହାବାଦ ଲୋକଙ୍କ ସହିତ ଶାନ୍ତିପୂଣ୍ଣ ର୍ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ କହିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଲୁଣା ମାଡି ଯିବାର ସମସ୍ୟା ରହିଛି । ଉଠା ଜଳସେଚନ ପଏଣ୍ଟ ଗୁଡିକ ବନ୍ଦ ହୋଇଯାଇ ପାରେ, ଭିତରକନିକା ଅଭୟାରଣ୍ୟ ବିଲୁପ୍ତ ହେବାର ସମ୍ଭାବନା ଥିବାବେଳେ ଚାଷ ସଂପୂଣ୍ଣ ର୍ ଉଜୁଡିଯାଇପାରେ ବୋଲି ବକ୍ତାମାନେ ଦାବି କରିଥିଲେ । ସରକାର ଏହି ପ୍ରକଳ୍ପକୁ ବନ୍ଦ ନ ରଖିଲେ ରାଜକନିକାରୁ ରାଜଧାନୀ ପର୍ଯ୍ୟନ୍ତ ବ୍ୟାପକ ଆନ୍ଦୋଲନ କରି ସରକାରକୁ ଅଚଳ କରିବାକୁ ବିରୋଧୀ ଦଳମାନେ ଆହ୍ୱାନ ଦେଇଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ ସଭାସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ ।


