ତାଲିବାନର ପ୍ରଥମ ସାମ୍ବାଦିକ ସମ୍ମିଳନୀ : ମହିଳାଙ୍କୁ ଶିକ୍ଷା ଓ କାମ କରିବାକୁ ସୁଯୋଗ ଦିଆଯିବ

କାବୁଲ : ଆଫଗାନିସ୍ତାନ ଅଧିକାର ପରେ ଆଜି ପ୍ରଥମ ଥର ପାଇଁ ତାଲିବାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ତାଲିବାନର ମୁଖପାତ୍ର ଜୁବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ଆଫଗାନିସ୍ତାନରେ ଇସଲାମିକ୍‌ ସରିଆ ଆଇନ ଅନୁସାରେ ଶାସନ କରାଯିବ । ମହିଳାମାନଙ୍କୁ ସରିଆ ଆଇନ ଅଧିନରେ ଶିକ୍ଷା ଓ କାମ କରିବାର ଅଧିକାର ମିଳିବ । ସବୁ ଆଫଗାନିସ୍ତାନବାସୀଙ୍କୁ ସୁରକ୍ଷା ଦିଆଯିବ ଓ ସମସ୍ତଙ୍କ ସହଯୋଗରେ ଶାସନ କରାଯିବ । ଏହା ସହିତ ଆଫଗାନିସ୍ତାନ ମାଟିକୁ କୌଣସି ବିଦେଶୀ ରାଷ୍ଟ୍ର ବିରୋଧରେ ବ୍ୟବହାର କରାଯିବାକୁ ସୁଯୋଗ ଦିଆଯିବ ନାହିଁ । ଯେଉଁମାନେ ଗତ ୨୦ ବର୍ଷ ହେଲା ତାଲିବାନ ବିରୋଧରେ ଲଢୁଥିଲେ ସେମାନଙ୍କୁ କ୍ଷମା ଦିଆଯାଇଛି ଓ ସେମାନେ ଆଫଗାନିସ୍ତାନରେ ରହି ଦେଶ ଗଠନରେ ସହଯୋଗ କରିପାରିବେ ବୋଲି ସେ କହିଛନ୍ତି । ଗଣମାଧ୍ୟମ ର୍ନିଭୟରେ କାମ କରିପାରିବ କି;ୁ ଇସଲାମ ବିରୋଧରେ ଯାଇପାରିବ ନାହିଁ । ଅନ୍ୟପକ୍ଷରେ ଆଫଗାନିସ୍ତାନରେ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚୋରାଚାଲାଣ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ଆଫଗାନିସ୍ତାନର ପୁନର୍ନିର୍ମାଣ ପାଇଁ ସେ ବିଶ୍ୱ ସମୁଦାୟର ସହଯୋଗ କାମନା କରିଛନ୍ତି । ସେହିପରି କାବୁଲ ଏୟାରପୋର୍ଟରେ ଥିବା କାବୁଲବାସୀଙ୍କୁ ସେ ନିଜ ନିଜ ଘରକୁ ଫେରିବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ