ଭୁବନେଶ୍ୱର, (ୱାଇଏନ୍ଏସ୍): କୋଭିଡ୍ -୧୯ ଟିକାକରଣରେ ଐତିହାସିକ ମାଇଲଖୁଂଟ ଅତିକ୍ରମ କରିଛି ଓଡିଶା । ବୁଧବାର ସୁଦ୍ଧା ରାଜ୍ୟରେ ଟିକାରଣ ୨ କୋଟି ପାର୍ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଏଥିପାଇଁ ଖୁସି ବ୍ୟକ୍ତ କରିବା ସହ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ କଠିନ ପରିଶ୍ରମ ଏବଂ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି ।