ଜୟଦୁର୍ଗା ମୋଟର୍ସ ଇଲେକ୍ଟ୍ରିକାଲ ଭେୟିକାଲ ସୋରୁମ ଉଦଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା): ସ୍ଥାନୀୟ ଜାତୀୟ ରାଜପଥ ପାଶ୍ୱର୍ ଶ୍ରୀ ଗଣେଷ ମାର୍ବଲ ଏଣ୍ଡ ଟାଇଲ ଷ୍ଟୋର ନିକଟ ଜୟ ଦୁର୍ଗା ମୋଟର୍ସ ଇଲେକ୍ଟ୍ରି ଭେୟିକାଲ ସୋରୁମ ର ଶୁଭାରମ୍ଭ ହୋଇଯାଇଛି । ଦିନକୁ ଦିନ ପେଟ୍ରୋଲ ଡିଜେଲ ର ଦର ବୃଦ୍ଧି ହେଉଥିବା ବେଳେ ବର୍ତ୍ତମାନ ଯୁଗରେ ଇଲେକ୍ଟ୍ରିକାଲ ଭେୟିକାଲ ର ଚାହିଦା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟି ରେ ରଖି ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଆଧୁନିକ ଧରଣର ଲୋକଙ୍କ ଚାହିଦା ଅନୁସାରେ ଇଲେକ୍ଟ୍ରିକାଲ ବାଇକ ଗୁଡିକ ଏହି ସୋ ରୁମ ରେ ରଖାଯାଇଛି । ଏହା ସହିତ ଆଜିଠୁ ଏହାର ବିକ୍ରି ଆରମ୍ଭ ହୋଇଛି । ସୋ ରୁମ୍ ର ମୁଖ୍ୟ ଏସ୍ ଜଗଦୀଶ ରାଓ ଓ ବୁଜି ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ରିବନ କାଟି ଏହାର ଉଦଘାଟନ କରିବା ସହ ଉନ୍ନତି କାମନା କରିଥିଲେ । ପ୍ରଥମ ଦିନରେ ଛତ୍ରପୁର ଆଖପାଖ ଅଂଚଳରେ ବହୁ ଯୁବକ ମାନେ ବିଭିନ୍ନ ଷ୍ଟାଇଲର ଇଲେକ୍ରିକାଲ ଭେୟିକାଲ ଦେଖି ଆକର୍ଷଣ ହେବା ସହ କିଣୁଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ଯୁବ ବିଜେଡିର ଛତ୍ରପୁର ଏନଏସି ସଭାପତି ଟି . ଚନ୍ଦ୍ର ଶେଖର ରାଓ, ଛତ୍ରପୁର ଓକିଲ ସଂଘର ସଂପାଦକ ଏଲ. ଗୋପୀ, ଅହି ଭୂଷଣ ସାହୁ, ପୂର୍ବତନ କାଉନସିଲର ବି. ରାଜିବାବୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ