ଛତ୍ରପୁର ରେଳ ଷ୍ଟେସନର ଉନ୍ନତି ସକାଶେ ବିଜେପି ପକ୍ଷରୁ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ବଡଷ୍ଟେସନ୍ ଠାରେ କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଛତ୍ରପୁର ବିଜେପି ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଗୁରୁବାର ରାତ୍ର ପ୍ରାୟ ୧୦ ଟା ବେଳେ କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହିରାଖଣ୍ଡ ଏକ୍ସପ୍ରେସରେ ରାୟଗଡା ଗସ୍ତ କରିବା ସମୟରେ ଛତ୍ରପୁର ରେଳଷ୍ଟେସନ ଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଛତ୍ରପୁର ବଡଷ୍ଟେସନ ଓ କୋର୍ଟ ଷ୍ଟେସନ୍‌କୁ ମିଶାଇ ଅପଗ୍ରେଡେସନ୍ କରି ଷ୍ଟେସନ୍‌୍ କୁ ଅତ୍ୟାଧୁନିକ କରଣ କରିବା ସହିତ ଛତ୍ରପୁର ରିକାପଲ୍ଲୀ ଲେଭେଲ କ୍ରସିଂ ଠାରେ ଏକ ଓଭରବ୍ରିଜ ନିର୍ମାଣ କରିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାର ସଦର ମହକୁମା ଛତ୍ରପୁର ଷ୍ଟେସନ୍ ରେ ସମସ୍ତ ଦୂରଗାମୀ ଏକ୍ସପ୍ରେସ ରହଣି ପାଇଁ ଛତ୍ରପୁର ବିଜେପି ପକ୍ଷରୁ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ଏହା ସହ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ୧୦ଟି ସୈନିକ ସ୍କୁଲ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଠାରେ ଏକ ସୈନିକ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ଲିଗାଲ ସେଲ୍ ଆବାହକ ପ୍ରଦୀପ କୁମାର ପାଢୀ, ଛତ୍ରପୁର ର ପୂର୍ବତନ ନଗରପାଳ ରାମ ଚନ୍ଦ୍ର ବେହେରା, ପୂର୍ବତନ ଉପନଗରପାଳ ବସନ୍ତ ବେହେରା, ବିଜେପି ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ, ଶଶି ପଟ୍ଟନାୟକ, ଶିବ ପ୍ରସାଦ ସାହୁ, ବ୍ଲକ ଜେନେରାଲ ସେକ୍ରେଟାରୀ ବି. ଶଙ୍କର ରେଡ୍ଡି, ଯୁବ ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ଡି. ସୁରେଶ ରେଡ୍ଡି, କମିଟିର ସଦସ୍ୟ ପି. ନାଗେଶ୍ୱର ରାଓ, , ଚିକଲଖଣ୍ଡି ପଂଚାୟତର ନାଏବ ସରପଂଚ ଟି. ନାରାୟଣ ରେଡ୍ଡି, ଓ ତ୍ରିଲୋଚନ ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ