ଫେସ୍ବୁକ୍ ରାହୁଲ ଗାନ୍ଧୀଙ୍କ ବିବାଦୀୟ ପୋଷ୍ଟ ହଟାଇଲା
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ଫେସବୁକ୍ ଏବଂ ଇନ୍ଷ୍ଟାଗ୍ରାମରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ଏବଂ ଲୋକସଭା ସାଂସଦ ରାହୁଲ ଗାନ୍ଧୀଙ୍କ ବିବାଦୀୟ ପୋଷ୍ଟକୁ ହଟାଇ ଦିଆଯାଇଛି । ଏଥିରେ ରାହୁଲ ଗାନ୍ଧୀ ବଳାତ୍କାରର ଶିକାର ନାବାଳିକାର ପରିବାରର ପରିଚୟ ସାର୍ବଜନିନ କରିଦେଇଥିଲେ ।କିଛିଦିନ ତଳେ ଦିଲ୍ଲୀରେ ଜଣେ ନାବାଳିକାର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ନାବାଳିକା ପରିବାରର ଅଭିଯୋଗ ଥିଲା ଯେ ନାବାଳିକା ସହିତ ବଳାତ୍କାର ହୋଇଥିଲା ଏବଂ ପରେ ତା’ର ହତ୍ୟା କରାଯାଇଥିଲା । ରାହୁଲ ଗାନ୍ଧୀ ମୃତ ନାବାଳିକାର ପରିବାର ସହିତ ସାକ୍ଷାତ କରି ଫଟୋ ସୋସିଆଲ୍ ମିଡିଆରେ ଛାଡ଼ିଦେଇଥିଲେ । ଏହା ଉପରେ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ(ଏନସିପିସିଆର୍) ସହିତ ସମସ୍ତ ଲୋକ ଆପତି ଉଠାଇଥିଲେ । ଏ ବିଷୟରେ ସର୍ବପ୍ରଥମେ ଟ୍ୱିଟ୍ଟର ରାହୁଲଙ୍କ ପୋଷ୍ଟକୁ ହଟାଯାଇଥିଲା । ପରେ ତାଙ୍କ ଆକାଉଂଟ ଲକ୍ କରିଥିଲା ଏବଂ ଏବେ ଫେସ୍ବୁକ୍ ମଧ୍ୟ ତାଙ୍କ ପୋଷ୍ଟକୁ ହଟାଇଛି । ଏହି ପଦକ୍ଷେପ ଫେସ୍ବୁକ୍ ସେତେବେଳେ ଉଠାଇଥିଲା ଯେତେବେଳେ ରାହୁଲ ଗାନ୍ଧୀ ଏହି ପୋଷ୍ଟକୁ ଫେସବୁକ୍ର କହିବା ପରେ ମଧ୍ୟ ହଟାଇନଥିଲା । ସୂଚନା ଅନୁସାରେ ଫେସ୍ବୁକ୍ ଭାରତୀୟ କାନୁନ୍ ଏବଂ ଗୋପନୀୟତା ସେହି ପୋଷ୍ଟକୁ ହଟାଇବାର ଅନୁରୋଧ କରିଥିଲେ । ଯେତେବେଳେ ରାହୁଲଙ୍କ ତରଫରୁ ଏହି ବିଷୟ ଉପରେ କୌଣସି ଉତର ଦିଆଯାଇନଥିଲା ସେତେବେଳେ କମ୍ପାନୀ ରାହୁଲଙ୍କ ପୋଷ୍ଟକୁ ହଟାଇଥିଲା ।