୧୦୮ ଦୁର୍ଘଟଣା ଗ୍ରସ୍ଥ

ଅନୁଗୋଳ (ଯୁଗାବ୍ଦ ନ୍ୟୁଜ): ଅନୁଗୋଳ ଜିଲା ବନ୍ତଳା ଥାନା ବଡକେରା ପଞ୍ଚାୟତ ତୁମୁଣି ରଗୁଡ଼ିଆପଡା ମତେଳିଆ ପୋଲଠାରେ ସୋମବାର ମଧ୍ୟରାତ୍ରରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୩ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ହେଲେ ଡ୍ରାଇଭର ଚାରମାଳର ଯୁଧିଷ୍ଠିର ସନ୍ତେରିଆ,ଏମ୍ଟି ରେଢ଼ାଖୋଲର ଜିତେନ୍ଦ୍ର ମୁଖୀ, ଆଟେଣ୍ଡାଣ୍ଟ ଧମା ଚଷା ପଡାର ସୁନ୍ଦରମଣି ପ୍ରଧାନ।ସୂଚନାଯୋଗ୍ୟ, ଧମା ସ୍ବାସ୍ଥ୍ୟକେନ୍ଦ୍ରରୁ ରୋଗୀ ନେଇ ଆମ୍ବୁଲାନ୍ସ(ନଂ.୦୨ଏଡବ୍ଲ୍ୟୁ୧୭୨୩)ଟି କଟକ ବଡ଼ ମେଡିକାଲରେ ଛାଡି ଫେରୁଥିଲା। ଏହି ସମୟରେ ପୁରୁଣା କଟକ ସମ୍ବଲପୁର ପୂର୍ତ୍ତ ରାସ୍ତାରେ ଅନ୍ୟ ଏକ ଆମ୍ବୁଲାନ୍ସ ମଧ୍ୟ ଯାଉଥିଲା। ବଡ଼କେରା ପଟରୁ ଏକ ବୋଲେରୋ ଦ୍ରୁତ ଗତିରେ ଆମ୍ବୁଲାନ୍ସ ଆଡକୁ ମାଡି ଆସୁଥିବା ଦେଖି ଚାଳକ ଗାଡ଼ି ସାଇଟ କରି ବ୍ରେକ ମାରିବା ସମୟରେ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ