ବାହାରିଲା ମ୍ୟାଟ୍ରିକ ଅଫଲାଇନ ପରୀକ୍ଷା ଫଳ
କଟକ:(ଦୀପକ୍ କୁମାର ବେଉରା) ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଥିବା ବେଳେ ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ମୋଟ ପାସ ହାର୮୦.୮୩ପ୍ରତିଶତ ରହିଛି । ପାସ୍ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ହୋଇ ଛାତ୍ରୀଛାତ୍ରୀମାନେ ଅଫଲାଇନ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୨ଜଣ ଛାତ୍ରଛାତ୍ରୀ ଏ୧ ପାଇଛନ୍ତି । ସେହିପରି ଏ ୨-୨୫୫, ବି୧- ୩୪୮, ବି୨- ୪୫୮, ସି-୫୯୯, ଡି- ୮୪୬, ଇ-୨୬୮୫, ଏଫ- ୧୪୧ଗ୍ରେଡ଼ ପାଇଥିବା ଜଣାପଡ଼ିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ସଭାପତି ରାମାଶିଷ ହାଜରାଙ୍କ କହିବା ଅନୁସାରେ ୬୬୨୦ ଜଣ ଛାତ୍ରଛାତ୍ରୀ ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ଭିତରୁ ୧୪୬ ଜଣ ଛାତ୍ରଛାତ୍ରୀଙ୍କ ଫର୍ମ ରିଜେକ୍ଟ ହୋଇଥିଲା । ପରୀକ୍ଷାରେ ୧୦୮୬ ଜଣ ପିଲା ଅନୁପସ୍ଥିତ ଥିଲେ । କପି କରି ୧୪ ଜଣ ଧରାପଡ଼ିଥିଲେ । ତେବେ ଅଫଲାଇନ୍ ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ୧୪୧ ଜଣ ଫେଲ୍ ହୋଇଛନ୍ତି ବୋଲି ବୋର୍ଡ ସଭାପତି କହିଛନ୍ତି ।ତେବେ ଅଫଲାଇନ ପରୀକ୍ଷା ନମ୍ବରକୁ ନେଇ କୌଣସି ଦ୍ୱନ୍ଦ ଥିଲେ ରି ଚେକିଂ ପାଇଁ ସେପ୍ଟେମ୍ବର ୮ସୁଦ୍ଧା ଆବେଦନ କରିପାରିବେ ବୋର୍ଡ଼ ପକ୍ଷରୁ କୁହାଯାଇଛି ।


