ବଡରମ୍ପାସ ପଞ୍ଚାୟତରେ ଅନିୟମିତତା ଅଭିଯୋଗର ତଦନ୍ତ କଲେ ଅଧିକାରୀ

ହାଟଡିହି, (ବିକାଶ ବିଶ୍ୱାଳ ) : ବ୍ଲକ ବଡରମ୍ପାସ ପଞ୍ଚାୟତରେ ନିର୍ମାଣ ହୋଇଥିବା କେତୋଟି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହେବାପରେ ଏବେ ଏହାର ତଦନ୍ତ କରାଯାଇଛି । ୨୦୨୦ ମସିହାରେ ଗ୍ରାମର ଜଣେ ବ୍ୟକ୍ତି ପଞ୍ଚାୟତରେ ହୋଇଥିବା କିଛି ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହୋଇଥିବାନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି ଅଭିଯୋଗ କରିଥିବାବେଳେ ସେତେବେଳୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ କରୋନା କଟକଣା ଓ ଜଣେ ଅଧିକାରୀଙ୍କ ବଦଳି ଯୋଗୁଁ ତଦନ୍ତରେ ବିଳମ୍ବ ଘଟିଥିଲା । ଗତକାଲି ଘଟଗାଁ ବ୍ଲକର ସହକାରୀଯନ୍ତ୍ରୀ କେଦାରନାଥ ସିଂ, ହାଟଡିହି ବ୍ଲକର ସହକାରୀଯନ୍ତ୍ରୀ ଅରବିନ୍ଦ ଆରୁଖ, ଘସିପୁରା ବ୍ଲକର ଜିପିଓ ମେନକା ମାରାଣ୍ଡି ପ୍ରମୁଖ ବଡରମ୍ପାସ ପଞ୍ଚାୟତରେ ପହଞ୍ଚି ଅଭିଯୋଗ ହୋଇଥିବା ପ୍ରକଳ୍ପ ଗୁଡିକର ରେକର୍ଡପତ୍ର ଯାଞ୍ଚ କରିବା ସହିତ ଜପିଦାସ ହାଇସ୍କୁଲରେ ନିର୍ମାଣ ହୋଇଥିବା ପ୍ରକଳ୍ପ, ହାଇସ୍କୁଲ ଓ ଏମଇ ସ୍କୁଲ ରାସ୍ତା ଏବଂ ନିର୍ମାଣ ହୋଇଥିବା ଗ୍ରାମୀଣ ପାର୍କକୁ ବୁଲି ଦେଖି ସରଜମିନି ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଅଧିକାରୀମାନେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ