ବିଜେପି ପକ୍ଷରୁ ସେବା ହିଁ ସଂଗଠନ କାର୍ଯ୍ୟକ୍ରମ

ହାଟଡିହି, (ବିକାଶ ବିଶ୍ୱାଳ ) : ସେବା ହିଁ ସଂଗଠନକୁ ଧେୟ କରି ଭାରତୀୟ ଜନତା ପାର୍ଟି ଆନନ୍ଦପୁର ତରଫରୁ ଦୁସ୍ଥ ଅସହାୟ ଲୋକଙ୍କ ପାଇଁ ସେବା କାର୍ଯ୍ୟକ୍ରମ ଜାରି ରଖିଛି । ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ଶାଳବଣୀ ମଣ୍ଡଳର ମୋଚିନ୍ଦା ପଞ୍ଚାୟତର ଖଡିପାଳ ସମେତ ବିଭିନ୍ନ ଗାଁରୁ ଆସିଥିବା ୫୨ଟି ପରିବାରକୁ ଚୁଡା, ଚିନି, ବିସ୍କୁଟ, ଦିଆସିଲି, ଅମୁଲ, ଚାହା, ମହମବତୀ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ସାଂସ୍କୃତିକ ସେଲର ମୁଖ୍ୟ ସୁଶାନ୍ତ ଜେନା, ଏସ.ସି ମୋର୍ଚ୍ଚାର ସଭାପତି ସନ୍ତୋଷ ଯେନା,ଜିଲ୍ଲା କୃଷକମୋର୍ଚ୍ଚା ସାଧାରଣ ସମ୍ପାଦକ ହରମୋହନ ଶାସିନି, ଶାଳବଣି ମଣ୍ଡଳ ସଭାପତି ଟୁକୁନା ମହାନ୍ତ, ସନ୍ୟାସୀ ପାତ୍ର, ଶଙ୍ଖାଳି ନାୟକ ପ୍ରୟମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ