ବିଚ ସେକ ବିରୋଧରେ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ

ବ୍ରହ୍ମପୁର (ଅନିଲ କୁମାର ): ପର୍ଯ୍ୟଟନ ବିକାଶ ନାମରେ ବେଳାଭୂମିରେ ଅବାଧ ମଦ ଦୋକାନ ଖୋଲିବା ବା ବିଚ ସେକ ନିଷ୍ପତ୍ତିକୁ ବାତିଲ କରିବା ଦାବିନେଇ ଆଜି ଶୁକ୍ରବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ କମାପଲ୍ଲୀ ଛକଠାରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ସୂଚନା ଯୋଗ୍ୟଯେ,ମଦ ଓ ମାଦକ ଦ୍ରବ୍ୟ କୌଣସି କ୍ଷେତ୍ରରେ ସମାଜରେ ବିକାଶ ଆଣେନାହିଁ ବରଂ ଏହାଦ୍ୱାରା ସମାଜରେ ଲୋକଙ୍କ ଜୀବନ ଜୀବିକା ନଷ୍ଟ ହେବାସହ ଲୋକଙ୍କ ଚରିତ୍ର,ସଂସ୍କୃତି ଓ ସଭ୍ୟତା ବିପଦଗାମୀ ହୋଇପଡେ l ଏଣୁ ମଦ, ମାଦକ ଦ୍ରବ୍ୟ ବିରୁଦ୍ଧରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ 1954 ମସିହାରେ ନିଶା ନିବାରଣ ଆଇନ ଲାଗୁ କରିଥିଲେ l କିନ୍ତୁ ବର୍ତମାନର ସରକାର ଗଠନ ହେବାଠାରୁ ଓଡ଼ିଶାରେ ଉକ୍ତ ଆଇନକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଓଡ଼ିଶାରେ ମଦ ନିଗମ ଗଠନ କରି ମଦର ଖୁବ ପ୍ରଚାର ପ୍ରସାର କରିବାସହ ଅତ୍ୟଧିକ ମଦ ବିକ୍ରି ପାଇଁ ପୁରସ୍କାର ଘୋଷଣା ମଧ୍ୟ କରିଛନ୍ତି, ଯାହା ସମାଜ କୁ ବିକୃତି ଓ ଅଶାନ୍ତ କରିବାସହ ଯୁବପିଢ଼ିକୁ ବିପଦଗାମୀ କରୁଛି l ବର୍ତମାନ ରାଜ୍ୟ ସରକାର ବିଚ ସେକ ନାମରେ ଓଡିଶାର 6 ଗୋଟି ବେଳାଭୂମିରେ ସଂକ୍ଷାଧିକ ମଦ ଦୋକାନ ଖୋଲି ପର୍ଯ୍ୟଟନ ବିକାଶ କରିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି l ଏହିପରି ନିଷ୍ପତ୍ତି କୁ ଓଡ଼ିଶାବାସୀ ପ୍ରବଳ ବିରୋଧ କରୁଛନ୍ତି l ସ୍ଥାନୀୟ ଅଞ୍ଚଳର ହସ୍ତକଳା, କାରୁକାର୍ଯ୍ୟ, ଲୋକକଳା,ସଂସ୍କୃତିର ପ୍ରଦର୍ଶନ ମାଧ୍ୟମରେ ଉକ୍ତ ପର୍ଯ୍ୟଟନ କେନ୍ଦ୍ରର ବିକାଶ କରିବା ପରିବର୍ତ୍ତେ ମଦ, ମାଦକ ଦ୍ରବ୍ୟ, ଅଶ୍ଳୀଳତା ର ପ୍ରଚାର ପ୍ରସାର କରି ସମ୍ପୂର୍ଣ ବେଳାଭୂମିକୁ ବିଭିନ୍ନ ଘରୋଇ କମ୍ପାନୀ ହାତକୁ ଟେକିଦେଇ ବ୍ୟବସାୟିକରଣର ଉଦ୍ୟମ ବନ୍ଦ ହେବା ଆବଶ୍ୟକ l ଏଣୁ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକଙ୍କ ଚରିତ୍ର, ସଭ୍ୟତା ଓ ସଂସ୍କୃତି ସହ କୌଣସି ସାଲିସ ନକରି ଏ ପ୍ରକାର ବିଚ ସେକ ବା ମଦବିକ୍ରି ଯୋଜନାକୁ ବନ୍ଦ କରିବା ଓ ଗଞ୍ଜାମ ଜିଲ୍ଲାର ଗୋପାଳପୁର, ସୋନପୁର ସମେତ ଓଡ଼ିଶାର ସମସ୍ତ ବେଳାଭୂମିକୁ ମଦମୁକ୍ତ କରି ଗୁଣ୍ଡା ଓ ଅସାମାଜିକ ତତ୍ତ୍ୱଙ୍କ ଦାଉରୁ ବେଳାଭୂମିକୁ ସୁରକ୍ଷିତ ରଖିବା ଓ ସପରିବାର ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କରିବାପରି ପରିବେଶକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ସୁବ୍ୟବସ୍ଥା କରିବାପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦାବି କରିଛି l ଆଜିର ବିକ୍ଷୋଭରେ ମଞ୍ଚ ସହ ଅବସରପ୍ରାପ୍ତ ଶିକ୍ଷକ ସଂଘ, ଓମ ଲଫିଙ୍ଗ କ୍ଲବ, ଜନ ଜାଗରଣ ମଞ୍ଚ, ପୂଜ୍ୟ ପୂଜା ସମିତି, ଓଡିଶା ମଦ ନିବାରଣ ମଞ୍ଚ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା ଆଦି ଗଣ ସଂଗଠନ ମଧ୍ୟ ସାମିଲ ଥିଲେ l ଆସନ୍ତା ଦିନରେ ବୃହତ୍ତର ଆନ୍ଦୋଳନ ଗଢି ଉଠିବାର ଯଥେଷ୍ଟ ସମ୍ଭାବନା ରହିଛି l ଆଜି ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ହୃଷିକେଶ ପାତ୍ର,ପୂର୍ଣ୍ଣ ଚନ୍ଦ୍ର ମହାରଣା, ଅନନ୍ତ ନାରାୟଣ ପଟନାୟକ,ରମେଶ ଚନ୍ଦ୍ର ସାହୁ, ଗଗନ ଚନ୍ଦ୍ର ମଲ୍ଲିଜ, ଗୁପ୍ତେଶ୍ୱର ଷଡ଼ଙ୍ଗୀ, କାଳୀ ଚରଣ ସାହୁ, କେ. ଶ୍ରୀନିବାସ ରାଓ, ଜନାର୍ଦନ ଓଡ଼ିଆ, ଏସ. ସମ୍ବlଶିବା ରାଓ, ବଂଶୀଧର ଭୂୟାଁ, ପ୍ରଶାନ୍ତ କୁମାର ପଣ୍ଡା, କେ. କେଶବ ଲିଙ୍ଗମ, ପଞ୍ଚୁ ବେହେରା, ମନୋଜ କୁମାର ତରାଇ, ରବୀନ୍ଦ୍ର କୁମାର ନାୟକ, ପି. ପାର୍ବତୀ, ଶ୍ୟାମଘନ ଜାନି, ଯୋଗୀନ୍ଦ୍ର ପାତ୍ର, ଶଙ୍କର ସାହୁ, ବିରେନ କୁମାର ବେହେରା, ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଏହି ଆନ୍ଦୋଳନକୁ ବ୍ୟାପକ କରିବାପାଇଁ ଜିଲ୍ଲାର ବିଭିନ୍ନ ଅଂଚଳରେ ସଚେତନତା ସଭା କରାଯିବ ବୋଲି ମଞ୍ଚ ଆବାହକ ଆଇନଜୀବି ଅବନୀ ଗୟା ଚେତାବନୀ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ