ଥାନା ପକ୍ଷରୁ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ

ବନ୍ତ,(ଚାନ୍ଦିନୀ ମହାନ୍ତି): ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶନିବାର ଭଦ୍ରକ ଜିଲା ବନ୍ତ ଥାନା ପକ୍ଷରୁ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କ ତତ୍ତାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବନ୍ତ କଲେଜ ଛକ ଠାରୁ ଆରମ୍ଭ ହୋଇ ବଜାର ପରିକ୍ରମା କରିବା ସହ ଜଳସେଚନ କାର୍ଯ୍ୟାଳୟ ଦେଇ ଥାନା ନିକଟରେ ପହଞ୍ଚି ଶେଷ ହୋଇଥିଲା। କାର୍ଯ୍ୟକ୍ରମରେ ଏସ୍.ଆଇ ଅସ୍ମିତା ପ୍ରଧାନ, ଏ.ଏସ. ଆଇ କମଳାକାନ୍ତ ନାୟକ,ମନମୋହନ ବାରିକ, ବୁଦ୍ଧିରାମ ପୂର୍ତ୍ତି, ମାନସୀ ଜେନା, ବସନ୍ତ କୁମାର ଜେନା, ରାମଚନ୍ଦ୍ର ନାୟକ, ଜଗବନ୍ଧୁ ମାଟିଆ, ପ୍ରକାଶ କୁମାର ଜେନା,ଅଧ୍ୟାପକ ରାଜେଶ ବିଶ୍ଵାଳ, ବନ୍ତ ସମିତିସଭ୍ୟ ପରମେଶ୍ବର ବାରିକ, କ୍ଷୀରୋଦ ନାୟକ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ସଭାପତି ସୁଶ୍ରୀ ଆୟେଶା ଖୁଣ୍ଟିଆ, ଶୁଭସ୍ମିତା ମହାକୁଡ଼, ସୁନୀଲ କୁମାର ପରିଡ଼ା, ସୌମ୍ୟାପ୍ରଭା ମହାଳିକ, ଜ୍ୟୋତିପ୍ରକାଶ ଜେନା, ଚନ୍ଦନ କୁମାର ଜେନା, ହରପ୍ରିୟା ନାୟକ, ରଜତ କୁମାର ଦାସ, ଅନନ୍ତ କୁମାର ନାୟକଙ୍କ ସମେତ ଆଞ୍ଚଳିକ ମହାବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର, ବହୁ ଯୁବକ ଏବଂ ବରିଷ୍ଠ ନାଗରିକମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ