ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍):ଗଂଜାମ ଜ଼ିଲ୍ଲା ଟାଏକୋଣ୍ଡୋ ସଂଘ ପକ୍ଷରୁ ରବିବାର ଛତ୍ରପୁର ଠାରେ ୨୧ତମ କଲର ଵେଲ୍ଟ ଉତ୍ତୀର୍ଣ୍ଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭୦ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ବର୍ଗର ବେଲ୍ଟ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛତ୍ରପୁର ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହିତ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ। ଛତ୍ରପୁର ଏକାଡେମୀ ସଭାନେତ୍ରୀ ଅନୀତା ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତି, ଆନ୍ତର୍ଜାତିକ କୋଚ କେ ମନୋଜ ପ୍ରଧାନ, ବ୍ରହ୍ମପୁର ଏକାଡେମୀ ସଭାପତି ଜନୋଜ କୁମାର ମହାରଣା ଅତିଥି ଭାବେ ମଞ୍ଚାସୀନ ଥିଲେ। କୋଚ୍ ଇ.ଲଳିତ କୁମାର, ସି.ଏଚ ପ୍ରସାଦ ନାୟକ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ବିକାଶ ଗୌଡ଼, ବସୁ ନାୟକ ସହଯୋଗ କରିବା ସହ ସମସ୍ତ ଅଭିଭାବକ ମନେ ଉପସ୍ଥିତ ଥିଲେ।


