ଭିସି ମାଧ୍ୟମରେ ଚତୁର୍ଥ ପର୍ଯ୍ୟାୟରେ ୫ଟି ସ୍ମାର୍ଟ ଉଚ୍ଚ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଶେରଗଡ଼, (ବିଭୁ ପ୍ରସାଦ ଦାସ):ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଫାଇବି ଟି ସଚିବ ଭି କାର୍ତ୍ତିକେୟ ପଣ୍ଡିଆନ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଚତୁର୍ଥ ପର୍ଯ୍ୟାୟରେ ୫ଟି ସ୍ମାର୍ଟ ଉଚ୍ଚ ବିଦ୍ୟାଳୟ ଉଦଘାଟନ କରିଛନ୍ତି ଏହି ପରିପେକ୍ଷ ଶେରଗଡ଼ ବ୍ଲକ ରେ ଓଡ଼ିଶା ବିଧାନସଭା ର ୧ ଜଣେ ମନ୍ତ୍ରୀ ଓ ୮ ଜଣ ବିଧାୟକ ୫ଟି ଉଚ୍ଚ ବିଦ୍ୟାଳୟ ରେ ଉପସ୍ଥିତ ରହି ଉଦଘାଟନ କରିଛନ୍ତି। ବିଦ୍ୟାଳୟର ଉନ୍ନତ ମାନର କ୍ଲାସ ରୁମ, ଉନ୍ନତ ମାନର ବିଜ୍ଞାନ ପ୍ରୟୋଗ ଶାଳା,ଅତ୍ୟାଧୁନିକ ସାଜସଜ୍ଜା ସହ ଡିଜିଟାଲ ଡିପ୍ଲେ ସାଙ୍ଗକୁ ବ୍ଲାକ ବୋର୍ଡ଼ ବଦଳରେ ହ୍ଵାଇଟ ବୋର୍ଡ଼ ରେ ଲେଖିବେ ଶିକ୍ଷ ଏହା ସ୍ମାର୍ଟ ଲାଇବ୍ରେରୀସୁନ୍ଦର ପରିବେଶ ରେ ବାର୍ତ୍ତାବରଣ ରେ ଛାତ୍ରଛାତ୍ରୀ ପାଠ ପଢ଼ିବେ ବୋଲିକହିଛନ୍ତି। ଉଦଘାଟନି କାର୍ଯ୍ୟକ୍ରମ ପ୍ରଥମେ ବାଳିକା ଉଚ୍ଚ ବିଦ୍ୟାଳୟ ଶେରଗଡ଼ରେ ଆରମ୍ଭ ହୋଇଥିଲା ଏହି ଉଦଘାଟନି କାର୍ଯ୍ୟକ୍ରମ ରେ ଲାଞ୍ଜିଗଡ଼ ଓ ପୋଲୋସରା ବିଧାୟକ ପ୍ରଦୀପ କୁମାର ଦିସାରୀ,ଶ୍ରୀକାନ୍ତ ସାହୁ,ପିଡ଼ି ସୁଦାମ ଚରଣ ମଣ୍ଡଳ, ସାନଖେମୁଣ୍ଡି ବିଡ଼ିଓ, ଗାଯାତ୍ରୀ ଦୂତ ନାୟକ ।ସେହି ଭଳି ଜଗନ୍ନାଥ ବିଦ୍ୟାପୀଠ ବନ୍ଧାଗୁଡା ରେ ରାଉରକେଲା ଓ ଆନନ୍ଦପୁର ବିଧାୟକ ଶାରଦା ପ୍ରସାଦ ନାୟକ, ଭାଗିରଥୀ ସେଠି,ଏଡ଼ି,ଏମ ଲିନା କୁମାରୀ, ବୁଗୁଡ଼ା ବିଡ଼ିଓ ତନ୍ମୟ ପାତ୍ର।ବି ଵ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ କୃଷ୍ଣଛାଇ ରେ ନର୍ଲା ଓ ପାଟଣା ବିଧାୟକ, ଭୁପିନ୍ଦର ସିଂ ଓ ଜଗନ୍ନାଥ ନାୟକ ଵ୍ରହ୍ମପୁର ଉପ ଜିଲ୍ଲାପାଳ କୀର୍ତ୍ତୀ ଭାସନ ଭି ଆସିକା ବିଡ଼ିଓ ରୋଷଣ ଶତପଥୀ ।ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ନରେନ୍ଦ୍ରପୁର ରେ ବୌଦ୍ଧ ଓ ନୂଆପଡ଼ା ବିଧାୟକ, ପ୍ରଦୀପ କୁମାର ଅମାତ ଓ ରାଜେନ୍ଦ୍ର ଢୋଲକିଆ, ଉପ ଜିଲ୍ଲାପାଳ ଭଞ୍ଜନଗର ରାଜେନ୍ଦ୍ର ମିଞ୍ଜ,ପୁରୁଷୋତ୍ତମ ବିଡ଼ିଓ ବିଜୟ କୁମାର ବେହେରା,ବାଳକ ଉଛ ବିଦ୍ୟାଳୟ ପିତ୍ତଳ ରେ ଶ୍ରୀ ପ୍ରେମାନନ୍ଦ ନାୟକ,ମାନ୍ୟବର ମନ୍ତ୍ରୀ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ଓ ପିଡ଼ି ସିନ୍ଧେ ଦତ୍ତତ୍ରୟ ଭାଉସାହେବ, ପୋଲୋସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ବିଧାୟକ ଉପସ୍ଥିତ ଥିଲେ।ଓ ସମସ୍ତ ବିଧାୟକ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସ୍ଥାନ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟ ତାମ୍ପରା ହ୍ରଦ,ତାରା ତାରିଣୀ ମନ୍ଦିର ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଙ୍କୁ କହିଥିଲେ। ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ତହସିଲଦାର ଡ଼ ଦାୟସିନ୍ଧୁ ପରିଡ଼ା,ଯୁବ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ(ପିଣ୍ଟୁ),ହୀନ ବେହେରା,ବରୁଣ ପୋଲାଇ, ରବୀନ୍ଦ୍ର ନାଥ ଦାଶ,ସରୋଜ କୁମାର ପାତ୍ର, ସୂର୍ଯ୍ୟ ନାରାୟଣ ଦାଶ,ଜଗନ୍ନାଥ ସ୍ୱାଇଁ, ବୃନ୍ଦାବନ ପାତ୍ର, ଦୁର୍ଯ୍ୟୋଧନ ପୋଲାଇ,ଯୁଧିଷ୍ଠିର ପୋଲାଇ, ଶିଶିର ସ୍ୱାଇଁ ,ଗୌରାଙ୍ଗ ଭୂୟାଁ,ଟୁକୁନା ପୋଲାଇ, ସହ ବ୍ଲକ ର ଅନ୍ୟ ସରକାରୀ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ସ୍ମାର୍ଟ ବିଦ୍ୟାଳୟ ଗୁଡ଼ିକର ଉଦଘାଟନ କରିଥିଲେ।


