ବିଜେଡି ଆଇନଜୀବି ସାମୁଖ୍ୟ ବୈଠକ

ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପ ଠାରେ ବିଜେଡି ଆଇନଜୀବି ସାମୁଖ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ଜନତା ଦଳର ସମ୍ପାଦକ ତଥା ବିଧାୟକଙ୍କ ପ୍ରତିନିଧି ପ୍ରୟାସକାନ୍ତି ସାମଲ ଯୋଗଦେଇ ଆଇନଜୀବି ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକ ସରକାରୀ ଆଇନଜୀବି ମାନଙ୍କ ସହିତ ମଧୁବାବୁ ଆଇନ ସହାୟତା କେନ୍ଦ୍ରର ସଦସ୍ୟମାନେ ଏଥିରେ ଉପସ୍ଥିତ ଥିଲେ । ବିଶେଷକରି ପୁନଃନିଯୁକ୍ତ ଆଇନଜୀବି ମାନେ ଏହି ଅବସରରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ କୃତଜ୍ଞତା ଜଣାଇଥିବାବେଳେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିନିଧି ଶ୍ରୀ ସାମଲଙ୍କୁ ସଦସ୍ୟମାନେ ଅନୁରୋଧ କରିଥିଲେ । ବିଭିନ୍ନ ସମସ୍ୟା ବାବଦରେ ଅବଗତ ହେବା ପରେ ଯଥାଶୀଘ୍ର ଏଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିନିଧି ଶ୍ରୀ ସାମଲ ଏହି ଅବସରରେ ଆଇନଜୀବି ମାନଙ୍କୁ ପ୍ରତିଶୃତି ଦେଇଥିଲେ । ବୈଠକରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ବ୍ଲକ ବିଜେଡି ଯୁବ ସଭାପତି ଲଳିତ କୁମାର ରାଉତ, ସରକାରୀ ଆଇନଜୀବି ସର୍ବଶ୍ରୀ ଅରୁଣ କୁମାର ମିଶ୍ର, ରମେଶ ଚନ୍ଦ୍ର ବିଶ୍ୱାଳ, ସମରଜିତ ମହାପାତ୍ର, ଅରବିନ୍ଦ ସାହୁ, ମାଧବାନନ୍ଦ ଦାସ, ଅଣାକାର ମଲ୍ଲିକ, ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇଥିଲେ । ସରକାରୀ ଆଇନଜୀବି ପିରେଶ୍ୱର ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ