୩୧ରୁ କଂଗ୍ରେସର ଦୁଇଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଭୁବନେଶ୍ୱର, ଆସନ୍ତା ୩୧ ତାରିଖ ମଙ୍ଗଳବାର ଓ ସେପ୍ଟେମ୍ବର ୧ ତାରିଖ ବୁଧବାର ଦିନ କଂଗ୍ରେସ କର୍ମକର୍ତା ମାନଙ୍କର ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡଃ. ଏ ଚେଲା କୁମାର ଉଦ୍‌ଘାଟନ କରିବେ ବୋଲି ଏକ ପ୍ରେସ ବିବୃତିରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି ।ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏଆଇସିସି ସଂପାଦକ ଜି. ରୁଦ୍ର ରାଜୁ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦ୍‌ବୋଧନ ଦେବେ । ୩୧ ତାରିଖ ଦିନର କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଳା କଂଗ୍ରେସ ସଭାପତି, ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ, ରାଜ୍ୟ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ସେବାଦଳ ଓ ମହିଳା କଂଗ୍ରେସର ମୁଖ୍ୟ ମାନଙ୍କ ସହ ପ୍ରଦେଶ କଂଗ୍ରେସର ସମସ୍ତ ପ୍ରକୋଷ୍ଠର ଅଧ୍ୟକ୍ଷ ମାନେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି ବୋଲି ଡ. ଜ୍ଞାନେନ୍ଦ୍ର କହିଛନ୍ତି । ସେପ୍ଟେମ୍ବର ୧ ତାରିଖ ଦିନ, ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ଲୋକସଭା ଓ ବିଧାନସଭାରେ ପ୍ରାର୍ଥୀ ହୋଇଥିବା ନେତୃବୃନ୍ଦ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ୫ଗୋଟି ସଂପାନରେ, ପ୍ରଫେସର ଦାସ ବେନୁହୁର, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଯଜେ୍ଞଶ୍ୱର ବାବୁ ଓ ସୁଦର୍ଶନ ଦାସ ବକ୍ତବ୍ୟ ରଖିବେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ ଓ ପ୍ରଦୀପ ମାଝୀ ପରିଚାଳନା କରିବେ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ