ଆସ ବୁଲିଯିବା ଶୈବପୀଠ ଅମରେଶ୍ୱର ମନ୍ଦିର

କୋଦଳା, (ଗୁଲସନ କୁମାର କର): ଗଞ୍ଜାମ ଜିଲାରେ ଅନେକ ଶୈବ ପୀଠ ଅଛି ଏବଂ ଅନେକ ଦର୍ଶନୀୟ ସ୍ଥାନ ମଧ୍ୟ ଅଛି ସେଥିମଧ୍ୟରୁ ଆଜି ଆଉଏକ ଶୈବ ପୀଠ ତଥା ଦର୍ଶନୀୟ ସ୍ଥାନ କଥା କହୁଚଛୁ ଯାହାକି l ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା କେ ବରିଡା ଗ୍ରାମରେ ଅବସ୍ଥାପିତ ହୋଇଛନ୍ତି । ବା ବା ଅମରେଶ୍ୱ ଙ୍କ ଶୈବ ପୀଠ ଏହି ଗ୍ରାମରେ ବ୍ରାହ୍ମଣ ଶାସନର ଆରାଧ୍ୟ ରାଜପ୍ରତିଷ୍ଠିତ ଶୈବ ପ୍ରତିଷ୍ଠିତ ସୈବକ୍ଷେତ୍ର ଶ୍ରୀ ଅମରେଶ୍ଵର ମହାଦେବ ଏହା ପ୍ରାୟ ଷୋଡଶ ଶତାଧିର ବୋଲି ଲକ୍ଷ୍ୟ କରାଯାଏ। ଖଲିକୋଟ ରାଜବଂଶୀ ଦ୍ୱାରା ଏହି ମହାଦେବ ମନ୍ଦିର ଟି ପ୍ରତିଷ୍ଠିତ ଓ ବ୍ରାହ୍ମଣ ଶାସନ କୁ ଏହା ଦାନସ୍ୱରୂପ ରହିଅଛି ଏହି ପ୍ରାଚୀନ ପୀଠ ଭକ୍ତାଦ୍ରୁତ ଓ ପ୍ରତ୍ଯକ୍ଷ ଅଟନ୍ତି, ଏହି ମନ୍ଦିରଟି ଧବଳା କାର ଓ ଚତୃପାର୍ଶ୍ୱରେ ଗଣେଶ, କାର୍ତିକ, ମାତା ପାର୍ବତୀ ଙ୍କ ମନ୍ଦିର । ଏହି ମନ୍ଦିର ଟିରେ ଭକ୍ତ ମାନଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ରହିଛି ।ଏହାଛଡା ଏଇଠାରେ ଅଖଣ୍ଡ ନାମ ମଧ୍ୟ ଚାଲିଥାଏ ମନ୍ଦିର ପାର୍ଶ୍ଵରେ ଶନି, ହନୁମାନ ଆଦି ଅନେକ ଦେବା ଦେବି ଓ ଆରାଧ୍ୟ ପୀଠ ଭକ୍ତ ମାନଙ୍କୁ ଭକ୍ତି ଓ ଶାନ୍ତି ପ୍ରଦାନ ରେ ବେଶ ସହାୟକ ହୋଇଥାଏ, ଯଦି ରାଜ୍ୟ ସରକାର ଙ୍କ ଏହି ମନ୍ଦିର ପ୍ରତି ଦୃଷ୍ଟି ପଡି ଆହୁରି ଉର୍ନତି ହୁଏ ତାହେଲେ ବେଗୁନିଆପଡା ବ୍ଲକ ରେ ଥିବା ଏହି ମନ୍ଦିର କୁ ଦର୍ଶନ ନିମନ୍ତେ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁପରିମାଣରେ ଭକ୍ତ ମାନଙ୍କ ସମାଗମ ହୋଇପାରନ୍ତା । ପ୍ରତେକ ବର୍ଷ ଏଇଠି ଶ୍ରାବଣ ମାସରେ କାଉଡ଼ିଆ ଙ୍କ ଭିଡ ଜାମୁଥିବା ବେଳେ କାର୍ତିକ ମାସ ରେ ଏଇ ପୀଠରେ ଭକ୍ତ ମାନଙ୍କ ବେଶ ଭିଡ ଜମୁଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ